ପଦ୍ମପୁରରେ ଲଢ଼ିବେ ସତ୍ୟ ଭୂଷଣ ସାହୁ

ଭୁବନେଶ୍ୱର ୧୨।୧୧ : ଧାମନଗର ପରେ ପଦ୍ମପୁର ଉପନିର୍ବାଚନ ପାଇଁ ଏବେଠୁ ଲାଗିପଡ଼ିଛନ୍ତି ୩ ଦଳ । ସକାଳେ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଉପରବେଳା କଂଗ୍ରେସ୍‌ ପ୍ରାର୍ଥୀ ନେଇ ଘୋଷଣା କରିଛି । ଦଳ ପକ୍ଷରୁ ସତ୍ୟ ଭୂଷଣ ସାହୁଙ୍କୁ ଟିକେଟ୍‌ ମିଳିଛି । ସତ୍ୟ ଭୂଷଣଙ୍କ ପ୍ରର୍ଥୀତ୍ୱକୁ କଂଗ୍ରେସ ହାଇକମାଣ୍ଡ ଖଡ଼ଗେ ଅନୁମୋଦନ ପ୍ରଦାନ କରିଛନ୍ତି । ସୂଚନା ଥାଉକି ସତ୍ୟ ଭୂଷଣ ପଦ୍ମପୁରରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

ଅନ୍ୟପଟେ ବିଜେଡି ପଦ୍ମପୁର ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ବିଜେପି ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି । ଏନେଇ ବିଦ୍ଧିବଧ ଭାବେ ଘୋଷଣା କରିଛି ବିଜେପି କେନ୍ଦ୍ରୀୟ କମିଟି । ଡିସେମ୍ବର ୫ରେ ହେବାକୁ ଥିବା ପଦ୍ମପୁର ଉପନିର୍ବାଚନରେ ପ୍ରଦୀପ ପୁରୋହିତ ଲଢ଼ିବେ । ଆସନ୍ତା ନଭେମ୍ବର ୧୪ ତାରିଖରେ ପ୍ରଦୀପ ନାମାଙ୍କନପତ୍ର ଦାଖଲ କରିବେ।