ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ବେଳେ ମୁର୍ମୂଷୁ ଅବସ୍ଥାରେ ଯୁବକ ଉଦ୍ଧାର

ଢେଙ୍କାନାଳ: ଏନଏଚ-୫୫ ଅନ୍ତର୍ଗତ ଢେଙ୍କାନାଳ ସହରର କଣ୍ଟାନାଳୀ ଛକ ନିକଟରେ ମର୍ମନ୍ତୁଦ ବାଇକ୍‌ ଦୁର୍ଘଟଣା ଘଟିଛି । ଫଳରେ ଏହି ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ରାଉରକେଲାର ହରିଶ ପରିଡା ବୋଲି ଜଣାପଡିଛି । ହରିଶ ତାଙ୍କ ବାଇକ ଯୋଗେ ଭୁବନେଶ୍ୱରରୁ ରାଉରକେଲା ଯାଉଥିଲେ । ତେବେ ଢେଙ୍କାନାଳ ସହରର କଣ୍ଟାନାଳୀ ଛକ ନିକଟରେ ଆଜି ଭୋର ସମୟରେ ରାସ୍ତା ପାଶ୍ୱରୁ ତାଙ୍କୁ ମୁର୍ମୂଷୁ ଅବସ୍ଥାରେ ଟାଉନ ପୋଲିସ ଠାବ କରିଥିଲା ।

ପରେ ପୋଲିସ ତାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା । ମାତ୍ର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ତାଙ୍କ ମୃତ୍ୟୁର ସଠିକ କାରଣ କଣ ତାହା ପୋଲିସର ତଦନ୍ତ ମଧ୍ୟରେ ସୀମିତ ଥିଲେ ମଧ୍ୟ ବାଇକ ଦୁର୍ଘଟଣା ଜନିତ କାରଣରୁ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ।