ରାୟଗଡ଼ା ଭିଡ଼ ହିଂସା ଘଟଣାକୁ ନେଇ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ଦୋଷୀମାନଙ୍କୁ ଆତ୍ମସମର୍ପଣ କରିବାକୁ ପୋଲିସ ପକ୍ଷରୁ ଆହ୍ୱାନ

କଲ୍ୟାଣସିଂହପୁର, ୨୧/୬ (ନରସିଂହ ନାଥ ମହାପାତ୍ର): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ପିଲାଚୋର ସନ୍ଦେହରେ ଭିଡ଼ ହିଂସା ଘଟଣାକୁ ନେଇ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ଜିଲ୍ଲା ଆରକ୍ଷ ଅଧିକ୍ଷକ ରାଜ ପ୍ରସାଦଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ଶିବଜି ପଣ୍ଡାଙ୍କ ନେତୃତ୍ୱରେ ଥାନାର ସମସ୍ତ କର୍ମଚାରୀ ସମେତ ଏକ ପ୍ଲାଟୁନ ପୁଲିସ ମିଳିତରେ କଲ୍ୟାଣ ସିଂହପୁର ସଦରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଗତ କାଲି ଆରକ୍ଷୀ ଅଧିକ୍ଷକ କଲ୍ୟାଣସିଂହପୁରରେ ଯେଉଁ ରେଡଫ୍ଲାଗଭୁକ୍ତ ଘୋଷଣା କରିଥିଲେ ତାହାକୁ ନେଇ ଫ୍ଲାଗ ମାର୍ଚ୍ଚ କରିଛନ୍ତି। ପୁଲିସ ପକ୍ଷରୁ ସୂଚନା ଦେଇଛନ୍ତି ଯେ ଉକ୍ତ ଘଟଣାରେ ଯେଉଁ ମାନେ ସମ୍ପୃକ୍ତ ରହିଛନ୍ତି, ପୁଲିସ ପାଖରେ ଆତ୍ମ ସମର୍ପଣ କରିବା ପାଇଁ କହିଛନ୍ତି।