ଭୁବନେଶ୍ୱର, ୨୧/୦୬: ଯୋଗକୁ ନିଜର କରି ରୋଗଠୁ ଦୂରେଇ ରହିବା ପାଇଁ ବାର୍ତ୍ତା ବାଣ୍ଟିଛନ୍ତି ହାଇଟେକ ଶିକ୍ଷା ସମୂହ ଅନୁଷ୍ଠାନର ସାହସ୍ରାଧିକ ବିଦ୍ୟାର୍ଥୀ । ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରସ୍ଥ କ୍ରିକେଟ ଷ୍ଟାଡିଅମ ଠାରେ ସାହସ୍ରାଧିକ ବିଦ୍ୟାର୍ଥୀ ସୂର୍ଯ୍ୟ ନମସ୍କାର ସହ ଅନେକ ଯୋଗ ମୁଦ୍ରା ପ୍ରଦର୍ଶନ କରି ଭାରତୀୟ ଯୋଗର ବିଶେଷ ଭୂମିକା ଆଜି ବିଶ୍ୱବାସୀଙ୍କୁ ଆମୋହିତ କରିଥିବାର ସୂଚନା ଦେଇଛନ୍ତି । ପ୍ରତିଷ୍ଠାତା ଅଧ୍ୟକ୍ଷ ଡ଼କ୍ଟର ତିରୁପତି ପାଣିଗ୍ରାହୀଙ୍କ ପ୍ରେରଣା ଓ ମାନେଜିଙ୍ଗ ଟ୍ରଷ୍ଟି ଶ୍ରୀଯୁକ୍ତ ସୁରେଶ ପାଣିଗ୍ରାହୀଙ୍କ ଉଦ୍ୟମରେ ହାଇଟେକ ସମୂହ ଶିକ୍ଷାନୁଷ୍ଠାନ ମାନଙ୍କରେ ପାଠପଢା ସହ ବର୍ଷସାରା ବିଦ୍ୟାର୍ଥୀ ମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରାଯାଇଥାଏ। ଯୋଗକୁ କର ନିଜର, ରୋଗ ହେବ ଦୂର ବାର୍ତା ବାଣ୍ଟିଛନ୍ତି ହାଇଟେକ ମେଡିକାଲ କଲେଜ, ଡେଣ୍ଟାଲ କଲେଜ, ଫର୍ମାସୀ କଲେଜ, ଫିଜିଓଥେ୍ରାଫି କଲେଜ, ନରସିଙ୍ଗ କଲେଜ ଓ ହାଇଟେକ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ସାହସ୍ରାଧିକ ବିଦ୍ୟାର୍ଥୀ କ୍ରୀଡା ନିର୍ଦେଶକ ଲଳିତ କୁମାର ମହାନ୍ତି, କ୍ରୀଡା ପ୍ରଶିକ୍ଷକ ସୁରେଶ କୁମାର ନାୟକ, ସତ୍ୟ ବଲ୍ଲବ ମିଶ୍ର, ମେଘବର୍ଣ ସ୍ୱାଇଁଙ୍କ ପ୍ରତେକ୍ଷ ତତ୍ୱାବଧାନ ଓ ନିର୍ଦେଶନାରେ ଯୋଗ ଦିବସ ପାଳିତ ହୋଇଛି।