ପୁଣି ବଢ଼ିବ କ୍ଷୀର ଦର

ଆସନ୍ତା ୪ରୁ କ୍ଷୀର ଦର ବୃଦ୍ଧି କରିବ ଓମ୍‌ଫେଡ୍‌

ଭୁବନେଶ୍ୱର, ୦୨/୧୦: ଆସନ୍ତା ୪ରୁ କ୍ଷୀର ଦର ବୃଦ୍ଧି କରିବ ଓମ୍‌ଫେଡ୍‌। ଟୋନ୍‌ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇଛି। ଟୋନ୍‌ଡ କ୍ଷୀର ଲିଟର ୫୪ ଟଙ୍କାରୁ ବୃଦ୍ଧି ପାଇ ହେବ ୫୮ ଟଙ୍କା। ସେହିପରି ୫୦୦ ମି.ଲି ଟୋନ୍‌ଡ କ୍ଷୀର ପ୍ୟାକେଟ୍‌ ୨ ଟଙ୍କା ବୃଦ୍ଧି ପାଇଛି।

ପ୍ରିମିୟମ କ୍ଷୀର ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଲିଟର ୫୮ ଟଙ୍କାରୁ ବୃଦ୍ଧି ପାଇ ହେବ ୬୦ ଟଙ୍କା।

ପ୍ରିମିୟମ କ୍ଷୀର ପ୍ୟାକେଟ୍‌ (୫୦୦ ମି.ଲି) ୧ ଟଙ୍କା ବୃଦ୍ଧି ପାଇଛି। ଗୋଲ୍ଡ ପ୍ଲସ୍‌ କ୍ଷୀର ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ପାଇଛି। ଏହା ଲିଟର ୬୪ ଟଙ୍କାରୁ ବୃଦ୍ଧି ପାଇ ୬୬ ଟଙ୍କା ହେବ। ସେହିପରି ଗୋଲ୍ଡ ପ୍ଲସ୍ କ୍ଷୀର ପ୍ୟାକେଟ୍‌ (୫୦୦ ମି.ଲି) ୧ ଟଙ୍କା ବୃଦ୍ଧି ପାଇଛି।