ହିତାଧିକାରୀଙ୍କୁ ମିଳିଲା ୨ ମାସର ବକେୟା ଭତ୍ତା

୯୧.୫% ଲାଭାର୍ଥୀଙ୍କୁ ମିଳିଲା ଭତ୍ତା

ଭୁବନେଶ୍ୱର, ୨୨/୦୬: ହିତାଧିକାରୀଙ୍କୁ ମିଳିଲା ଏପ୍ରିଲ୍‌ ଓ ମେ’ ମାସର ଭତ୍ତା। ମୋଟ ୧୯‌ ଲକ୍ଷ ୨୨ ହଜାର ୫୨୫ ଜଣଙ୍କ ମଧ୍ୟରୁ ୧୭ ଲକ୍ଷ ୬୦ ହଜାର ୪୩୫ ଜଣ ଲାଭାର୍ଥୀଙ୍କୁ ମିଳିଲା ଭତ୍ତା। ୯୧.୫% ଲାଭାର୍ଥୀଙ୍କୁ ଭତ୍ତା ମିଳିଥିବା ନେଇ ସୂଚନା ମିଳିଛି।

ଜୁନ୍ ମାସର ପେନସନ୍ ପ୍ରଦାନ ପ୍ରକ୍ରିୟା ଜାରି ରହିଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଠିକ୍‌ ସମୟରେ ପେନସନ୍ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ, ୨୦୨୬-୨୭ ଆର୍ଥିକ ବର୍ଷରୁ ‘ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ’ (NSAP)କୁ SNA-SPARSH ପ୍ଲାଟଫର୍ମ ମାଧ୍ଯମରେ କାର୍ଯ୍ୟକାରୀ କରିବା ପାଇଁ ବାଛିଛି।

ଭାରତ ସରକାରଙ୍କ NSAP ପୋର୍ଟାଲକୁ ରାଜ୍ୟ IFMS ପୋର୍ଟାଲ, PFMS ଏବଂ RBI ସିଷ୍ଟମ ସହିତ ବୈଷୟିକ ଏକୀକରଣ (Technical Integration) ପ୍ରସ୍ତୁତି କାର୍ଯ୍ୟ ଶେଷ ହେବା ପରେ, ଏହି ନୂତନ ବ୍ୟବସ୍ଥାରେ ସିଧାସଳଖ କାରବାର ଆରମ୍ଭ ହୋଇଯାଇଛି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶା ସରକାର ହିତାକାରୀଙ୍କୁ ପାଣ୍ଠି ହସ୍ତାନ୍ତର ଏବଂ ଏହି ପରିବର୍ତ୍ତନ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ଅତି ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ କୁହାଯାଇଛି।