ତାମିଲନାଡ଼ୁ ଗ୍ୟାସ ଲିକ୍ ଟ୍ରାଜେଡି: ୫ ଓଡ଼ିଆ ଶ୍ରମିକ ମୃତ

ସମସ୍ତ ମୃତକ ମହିଳା

ଚେନ୍ନାଇ, ୨୨/୦୬: ତାମିଲନାଡୁ ଗ୍ୟାସ୍‌ ଲିକ୍ ଟ୍ରାଜେଡିରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ଏ ନେଇ ସୂଚନା ଦେଲେ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ମୃତକମାନେ ହେଲେ ଜିମାନୀ ଜୁଆଙ୍ଗ, ଗୀତା ଜୁଆଙ୍ଗ, ଭୂମିଆ ଜୁଆଙ୍ଗ, ଶିବାନୀ ଓ ଫୁଲମଣି ଜୁଆଙ୍ଗ।

ଗତ କାଲି ତିରିଭଲୁର ଜିଲ୍ଲା ପେରିୟାପାଲିଆମରେ ସି ଫୁଡ୍‌ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇଥିଲା। ଗ୍ୟାସ୍‌ ଲିକ୍‌ ଯୋଗୁଁ ଓଡ଼ିଆ ଶ୍ରମିକ ମୃତାହତ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏକ ୩ ଜଣିଆ ଟିମ୍‌ ତାମିଲନାଡୁ ଗସ୍ତ କରିଛନ୍ତି।