ବରପାଲି, ୨୬/୦୬: ବରଗଡ଼ ଜିଲ୍ଲା ବରପାଲିର ସୁଶ୍ରୀ ସୁଚରିତା ବାବୁ (ଆନନ୍ଦ ବାବୁ ଓ ସୁସ୍ମିତା ବାବୁଙ୍କ କନ୍ୟା) ଔଷଧୀୟ ଉଦ୍ଭିଦ ଉପରେ ଗବେଷଣା ପାଇଁ ପି.ଏଚ୍.ଡି. ଉପାଧି ଲାଭ କରିଛନ୍ତି।ଔଷଧୀୟ ଉଦ୍ଭିଦର ଯକୃତ ସୁରକ୍ଷାକାରୀ କ୍ଷମତା (Hepatoprotective Activity) ଉପରେ ସେ ଆଧୁନିକ ବୈଜ୍ଞାନିକ ପଦ୍ଧତିରେ ଗବେଷଣା କରିଥିଲେ। ସେ ବର୍ତ୍ତମାନ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ (ଜଟଣୀ)ର ସ୍କୁଲ ଅଫ୍ ଫାର୍ମାସୀରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ। ସେ ତାଙ୍କର ଏହି ସଫଳତା ପାଇଁ ପରିବାର ଓ ଶିକ୍ଷକବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
Next Post