ବିଷାକ୍ତ ଛତୁ ଖାଇ ୩ ଗୁରୁତର

ମେଡିକାଲରେ ଭର୍ତ୍ତି

କଲ୍ୟାଣସିଂହପୁର, ୨୬/୬ (ନରସିଂହ ନାଥ ମହାପାତ୍ର): ବିଷାକ୍ତ ଛତୁ ଖାଇ ୩ ଅସୁସ୍ଥ। କଲ୍ୟାଣସିଂହପୁର ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି। ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁନିପଙ୍ଗା ପଞ୍ଚାୟତ ଅନ୍ତର୍ଗତ କତାଗୁଡା କୁମ୍ଭାର ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତରମାନେ ହେଲେ ରୁଦ୍ର କାଶୀ (୧୧) , ଚିନୁ କାଶୀ (୮) ଓ କ୍ଷୀରଦ କାଶୀ (୯) ।

ପରିବାର ଲୋକଙ୍କ କହିବା ଅନୁସାରେ, ଘରେ କେହି ନଥିବା ସମୟରେ ୩ ଜଣ ପିଲା କୌଣସି ଏକ ବିଷାକ୍ତ ଛତୁ ଜଙ୍ଗଲରୁ ଆଣି ରୋଷେଇ କରି ଖାଇଥିଲେ। ସନ୍ଧ୍ୟାରେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ହଠାତ୍ ଖରାପ ହୋଇଯିବାରୁ ପରିବାର ଲୋକେ ସେମାନଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ତ ଥିବା ଡାକ୍ତର କହିଛନ୍ତି।