ଭୁବନେଶ୍ୱର, ୨୭/୦୬: ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଘଟଣାରେ ସମ୍ପୃକ୍ତ ଥିବା OTAS ଅଧିକାରୀ ଭୀମସେନ ଟୁଡୁଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି ରାଜ୍ୟ ସରକାର। ସରକାରୀ ସେବାରୁ ବହିଷ୍କାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ସେ ଭବିଷ୍ୟତରେ ମଧ୍ୟ ଆଉ କୌଣସି ସରକାରୀ ଚାକିରି କରିପାରିବେ ନାହିଁ। ଅପରାଧିକ ମାମଲାରେ ୪୮ ଘଣ୍ଟାରୁ ଅଧିକ ଅଟକ ଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଚନ୍ଦ୍ରିକାଙ୍କ ସହ ସମ୍ପର୍କ ଓ ବିବାହ ପ୍ରତିଶ୍ରୁତି ଦେଇ ମନା କରିବା ମାନିଥିଲେ।
ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ କାଠଯୋଡ଼ି ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ ଚନ୍ଦ୍ରିକା। ଭୀମସେନ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ମଧ୍ୟ ପରେ ସମ୍ପର୍କ ଭାଙ୍ଗିଥିବାରୁ ସେ ମାନସିକ ଭାରସାମ୍ୟ ହରାଇ ଚରମ ନିଷ୍ପତ୍ତି ନେଇଥିଲେ। ଏହା ପରେ ଚନ୍ଦ୍ରିକାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ଯେ, ଭୀମସେନଙ୍କ ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବାରୁ ସେ ଚନ୍ଦ୍ରିକାଙ୍କ ସହ ସମ୍ପର୍କ ଭାଙ୍ଗି ଦେଇଥିଲେ ଏବଂ ବିବାହ ପ୍ରତିଶ୍ରୁତି ଭାଙ୍ଗି ଦେଇଥିଲେ। ଏପରିକି ବିବାହ ପୂର୍ବରୁ ସେ ସବୁ ଯୌତୁକ ନେଇଥିବା ମଧ୍ୟ ଅଭିଯୋଗ କରିଥିଲେ। ଏହା ପରେ ତାଙ୍କୁ ଗିରଫ କରିଥିଲା ପୋଲିସ।