ମହିଳା IIC ନିଲମ୍ବିତ

ପଦର ଅପବ୍ୟବହାର ଅଭିଯୋଗ

ବୌଦ୍ଧ, ୨୧/୦୭: ବୌଦ୍ଧ ଜିଲ୍ଲାର ମନ ମୁଣ୍ଡା ଥାନାର ପୂର୍ବତନ ଆଇଆଇସି ସୁସ୍ମିତା ମଗରଙ୍କୁ ନିଲମ୍ବିତ କରାଯାଇଛି। ପଦର ଅପବ୍ୟବହାର ଅଭିଯୋଗରେ ଆଇଆଇସିଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି। ଗଞ୍ଜେଇ ମାଫିଆଙ୍କ ସହ ତାଙ୍କର ଲିଙ୍କ ଥିବା ଅଭିଯୋଗ ରହିଥିଲା। ଏହା ପରେ ତାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଥିଲା।