ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢ଼ିଲା ମହଙ୍ଗା ଭତ୍ତା

ଜାନୁଆରୀରୁ ପିଛିଲା ଭାବେ ଲାଗୁ ହେବ

ଭୁବନେଶ୍ୱର, ୨୩/୦୭: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ବଢ଼ିଲା ମହଙ୍ଗା ଭତ୍ତା। ୫ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ୨୫୭ ପ୍ରତିଶତରୁ ୨୬୨ ପ୍ରତିଶତକୁ ବୃଦ୍ଧି ପାଇଛି ମହଙ୍ଗା ଭତ୍ତା। ଜୁଲାଇ ଦରମା ସହ ମିଳିବ ବକେୟା ଅର୍ଥ। ଜାନୁଆରୀରୁ ପିଛିଲା ଭାବେ ଲାଗୁ ହେବ।