CMOରୁ ଫାଇଲ ଗାଏବ: ପୁଣି ଜାରି ହେଲା ନୋଟିସ

ଅବସରପ୍ରାପ୍ତ IAS ଉପେନ୍ଦ୍ର ନାଥ ବେହେରାଙ୍କୁ ନୋଟିସ

ଭୁବନେଶ୍ୱର, ୨୩/୦୭: CMOରୁ ଫାଇଲ୍‌ ଗାଏବ ଘଟଣାରେ ପୁଣି ଜାରି ହେଲା ନୋଟିସ୍‌। ହାଜର ହୋଇ ନ ଥିବା ରାଜେଶ ବର୍ମାଙ୍କୁ ପୁଣି ଥରେ ହାଜର ହେବା ପାଇଁ ନୋଟିସ୍‌ ଜାରି କରାଯାଇଛି। ଆସନ୍ତା ୩୦ ସୁଦ୍ଧା ହାଜର ପାଇଁ ରାଜେଶ ବର୍ମାଙ୍କୁ ନୋଟିସ୍‌ ଜାରି କରିଛି କମିଶନରେଟ ପୋଲିସ।

ସେହିପରି ଅବସରପ୍ରାପ୍ତ IAS ଉପେନ୍ଦ୍ର ନାଥ ବେହେରାଙ୍କୁ ମଧ୍ୟ ନୋଟିସ୍‌ ଜାରି କରାଯାଇଛି। ଆସନ୍ତା ୨୬ ତାରିଖ ଦିନ ୧୧ଟାରେ ଉପେନ୍ଦ୍ର ବେହେରାଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ରହିଛି। ଉଭୟ ଏସିପି ଜୋନ୍‌-୧ଙ୍କ ପାଖରେ ହାଜର ହେବେ।