ପୌରସଂସ୍ଥାର ଆର୍ଥିକ କ୍ଷମତା ବୃଦ୍ଧି

୨ ସ୍ମାର୍ଟ ସିଟି ଲିମିଟେଡ୍‌ର MDଙ୍କ କ୍ଷମତା ବୃଦ୍ଧି

ଭୁବନେଶ୍ୱର, ୨୩/୦୭: ପୌରସଂସ୍ଥାଗୁଡ଼ିକର ଆର୍ଥିକ କ୍ଷମତାରେ ବୃଦ୍ଧି କଲେ ରାଜ୍ୟ ସରକାର। ସହରାଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବାକୁ ଏହା ପଦକ୍ଷେପ ନିଆଯାଇଛି। ସ୍ମାର୍ଟ ସିଟି ଲିମିଟେଡ୍‌ଗୁଡ଼ିକର ମଧ୍ୟ ଆର୍ଥିକ କ୍ଷମତା ବୃଦ୍ଧି କରାଯାଇଛି। ୨ ସ୍ମାର୍ଟ ସିଟି ଲିମିଟେଡ୍‌ ଭୁବନେଶ୍ୱର ଓ ରାଉରକେଲାର MDଙ୍କ କ୍ଷମତା ବୃଦ୍ଧି କରାଯାଇଛି।

ସ୍ମାର୍ଟ ସିଟି ଲିମିଟେଡ୍‌ର MDଙ୍କ ଆର୍ଥିକ କ୍ଷମତା କମିଶନରଙ୍କ ସହ ସମାନ। ମହାନଗର ନିଗମ କମିଶନରଙ୍କ ଆର୍ଥିକ ସୀମାକୁ ୧ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ BMC ପାଇଁ ୫୦ ଲକ୍ଷ, ଅନ୍ୟ ନଗରନିଗମ ପାଇଁ ୧୫ ଲକ୍ଷ ଥିଲା। ଦରମା ଓ ପେନ୍‌ସନ୍ ବିଲ୍‌ ପ୍ରଦାନ ଲାଗି କମିଶନରଙ୍କୁ ସମ୍ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି।