କଲ୍ୟାଣ ସିଂହପୁର, ୨୩/୭(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ପୁଲିସ ଶିବାଜୀ କୋଟବଂଶ ଏବଂ ଶ୍ରୀନିବାସଙ୍କୁ ଗିରଫ କରି କେସ୍ ନମ୍ବର-୮୮/ ୨୧.୦୭.୨୦୨୬, ଦଫା ୟୁ/ଏସ ୧୨୬(୨)/୨୯୬/୧୧୫(୨)/୧୦୯(୧)/୩୫୧(୩)/୩(୫) ହତ୍ୟା ଉଦ୍ୟମ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ପୁଲିସ କହିବା ଅନୁଯାୟୀ ଗତ ୨୦ତାରିଖ ରାତ୍ର ୯ଘଣ୍ଟା ରେ କାଶୀପୁର ଥାନା ଅଧିନସ୍ଥ ପଡେଙ୍ଗ ଗ୍ରାମର ଚୈତନ୍ୟ ମାଝୀ (୩୦) କଲ୍ୟାଣ ସିଂହପୁର ଥାନାରେ ଲିଖିତ ଦେଇଥିଲେ। ଏତଲାରେ ଈଶ୍ୱର ମାଝୀ, ମୈତନ ମାଝୀ, ଆନ୍ତରାଓ ମାଝୀ ଶିକରପାଇ ପୋଡ଼ ଖେଦି ଗ୍ରାମକୁ ଯାଉଥିବା ବେଳେ ସେହି ପଡେଙ୍ଗ ଗ୍ରାମର ହରି ନିଶିକାଙ୍କ ପୁଅ ସମେଶ ନିସିକା, ରାମାରାଓ ମାଝିଙ୍କ ପୁଅ ଧର୍ମରାଓ ମାଝୀ, ଶିବାଜୀ କୋଟାବଂସା ଶିକରପାଇର ବୋଲି ଜାଣିପାରି ସେମାନଙ୍କୁ ଭୁଲ ଭାବରେ ଅଟକାଇଥିଲେ। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ପଥରରେ ଆକ୍ରମଣ କରିଥିଲେ।
ସେହି ଘଟଣାରେ ଈଶ୍ୱର ମାଝୀଙ୍କ ମୁଣ୍ଡରେ, ମୈତାନା ମାଝୀଙ୍କ ପଛପଟେ, ଅନ୍ତରାଓଙ୍କ ମୁଣ୍ଡରେ ଏବଂ ଚୈତନ୍ୟଙ୍କ କାନ ଏବଂ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଅଭିଯୁକ୍ତମାନେ ସେମାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ।
ଏହାକୁ ନେଇ ପୁଲିସ ପକ୍ଷରୁ ହତ୍ୟା ଉଦ୍ୟମରେ ମାମଲା ରାଜୁ କରି ଶିବାଜୀ କୋଟବଂଶ ଏବଂ ଶ୍ରୀନିବାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।