କଲ୍ୟାଣସିଂହପୁର, ୨୩/୦୭ (ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ପିଲାଚୋର ସନ୍ଦେହରେ ଭିଡ଼ ହିଂସା ଘଟଣାରେ ତପନ ତିମାକାଙ୍କୁ ପୁଲିସ ଗିରଫ କୋର୍ଟ ଚାଲାଣ କରିଛି। ଗିରଫଦାରୀ ସଂଖ୍ୟା ୨୫କୁ ବୃଦ୍ଧି ପାଇଥିବା ସୂଚନା ମିଳିଛି। ବର୍ତ୍ତମାନ ତଦନ୍ତ ସହ ପାଟ୍ରୋଲିଂ କରାଯାଉଥିବା ଥାନା ଅଧିକାରୀ ଅଜିତ ପରିଡା ସୂଚନା ଦେଇଛନ୍ତି। ତପନ ତିମାକାଙ୍କ ଘର କଲ୍ୟାଣ ସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ବଡ଼ତୋଡ୍ରା ଗ୍ରାମର ବୋଲି ସୂଚନା ମିଳିଛି।
ଫେଲୋସିପ କାର୍ଯ୍ୟରେ ଯାଉଥିବା ଯୁବକ ଯୁବତୀଙ୍କୁ ରାସ୍ତା ଖରାପ ହୋଇଛି ଯାଇପାରିବ ନାହିଁ,ସେମାନଙ୍କ ସହ ଆଲୋଚନା କରିବା ପରେ ସେଠାରୁ ଫେରାଇ ଦେଇ ପିଲାଚୋର ବୋଲି ବିଭିନ୍ନ ଗ୍ରାମରେ ଅପପ୍ରଚାର କରାଯାଇଥିଲା । ଦାଣ୍ଡପଦର, ସିଲେଟ, ବଣ୍ଡେଲି, କଲ୍ୟାଣ ସିଂହପୁର ବ୍ଲକ ତାଡିଝୋଲା, ଧାମୁଣିପଙ୍ଗା, କଟିକିନାଳ, ଇନ୍ତାଲିଗୁଡା ଗ୍ରାମ ଦେଇ ଆସୁଥିବା ବେଳେ ଘୋଉଡ଼ାଇ ଆଣି ସାହିନଗର ନିକଟରେ ଯୁବକ ମାନେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଗୁଜବ କରିଥିବା ମୁଖ୍ୟ ଅଭିଯୁକ୍ତ ଭଜରାନ ନାଇକକୁ ପୁଲିସ ଗିରଫ କରି ଅଦାଲତ ଚାଲାଣ କାରିଥିବା ସୂଚନା ଦେଇଛନ୍ତି। ଏହାର ତଦନ୍ତ ଚାଲିଛି। ପୂର୍ବରୁ ୨୪ଜଣଙ୍କୁ ପୁଲିସ ଗିରଫ କରି ଥିଲେ। ବର୍ତ୍ତମାନ ଜଣ ଙ୍କୁ ମିଶାଇ ମୋଟ ୨୫ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।