ଆଜି ଥାନାରେ ହାଜର ହେଲେନି ପାଣ୍ଡିଆନ

ଇ-ମେଲ୍ ଯୋଗେ ପୋଲିସକୁ ଜଣାଇଲେ

ଭୁବନେଶ୍ୱର, ୨୫/୦୭: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଚୋରି ମାମଲାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଜି ହାଜର ହେଲେନି ଭିକେ ପାଣ୍ଡିଆନ୍‌। କ୍ୟାପିଟାଲ ଥାନାରେ ଆଜି ହାଜର ହୋଇପାରିବେନି ବୋଲି ପାଣ୍ଡିଆନ୍‌ ମେଲ୍‌ ଯୋଗେ ପୋଲିସକୁ ଜଣାଇଛନ୍ତି।

ବିଦେଶରେ ଥିବାରୁ ଥାନାରେ ହାଜର ହୋଇ ପାରିବେ ନାହିଁ। ତେଣୁ ଭିଡିଓ କନଫରେନ୍ସ ଜରିଆରେ ବୟାନ ନେବା ପାଇଁ ନିବେଦନ କରିଛନ୍ତି। ନଚେତ୍ ବିଦେଶରୁ ଫେରିବା ପରେ ଥାନାରେ ହାଜର ହେବେ ବୋଲି ଜଣାଇଛନ୍ତି।