ସୃଷ୍ଟି ହେଲା ଲଘୁଚାପ, ୪ ଜିଲ୍ଲାରେ‌ ପ୍ରବଳ ବର୍ଷିବ

୨ ଦିନ ମଧ୍ୟରେ ଆହୁରି ଘନୀଭୂତ ହେବ

ଭୁବନେଶ୍ୱର, ୨୫/୦୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତତ-ସଂଲଗ୍ନ ପଶ୍ଚିମବଙ୍ଗ-ଓଡିଶା ଉପକୂଳରେ ସୃଷ୍ଟି ହେଲା ଲଘୁଚାପ। ଆଗାମୀ ୨ ଦିନ ମଧ୍ୟରେ ଆହୁରି ଘନୀଭୂତ ହେବ। ଏହା ପ୍ରଭାବରେ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ।

୪ ଜିଲ୍ଲା ଯେପରିକି କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, କଟକରେ ଭୀଷଣ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ୧୬ ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପୁରୀ, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡ଼ା, ଦେବଗଡ, ସମ୍ବଲପୁର, ବରଗଡ, ସୋନପୁର, ଓ ବୌଦ୍ଧରେ ପ୍ରବଳ ବର୍ଷା ହେବ।