ଭୁବନେଶ୍ବର, ୧୪/୦୮: ହାଇ-ଟେକ୍ ମେଡିକାଲ କଲେଜ ପରିସରରେ ‘ମିଶନ ସ୍ମାଇଲ୍’ ଏବଂ ‘ଇଣ୍ଡିଆନ ଅଏଲ୍ କର୍ପୋରେସନ୍ ଲିମିଟେଡ୍’ (IOCL) ର ମିଳିତ ସହଯୋଗରେ ଆୟୋଜିତ ‘ମଧୁର ମୁସ୍କାନ’ ପ୍ରକଳ୍ପ (୨୦୨୫-୨୬) ର ଉଦ୍ଯାପନୀ ସମାରୋହ ସଫଳତାର ସହ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମ ହାଇଟେକ୍ ଡେଣ୍ଟାଲ୍ କଲେଜ୍ ଓ ହସ୍ପିଟାଲର ନିର୍ଦ୍ଦେଶିକା ତଥା କାର୍ଯ୍ୟକାରୀ ଅଧ୍ଯକ୍ଷା ଇଂ. ମଧୁସ୍ମିତା ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ମାର୍ଗଦର୍ଶନରେ ସମ୍ପାଦିତ ହୋଇଥିଲା। ଉତ୍ସବରେ ଓଡ଼ିଶା ଏବଂ ମୁମ୍ବାଇରୁ ଇଣ୍ଡିଆନ ଅଏଲ୍ର ବରିଷ୍ଠ ପଦାଧିକାରୀ, କୋଲକାତାରୁ ‘ମିଶନ ସ୍ମାଇଲ୍’ ର କର୍ମକର୍ତ୍ତାଙ୍କ ସମେତ ହାଇ-ଟେକ୍ ଡେଣ୍ଟାଲ୍ କଲେଜର ଅଭିଜ୍ଞ ଶଲ୍ୟ ଚିକିତ୍ସକ ଓ ନିଶ୍ଚେତକ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ I ଚଳିତ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ଅଧୀନରେ ଭୁବନେଶ୍ବର, କଟକ ଏବଂ ବ୍ରହ୍ମପୁର ଅଞ୍ଚଳର ମୋଟ ୧୭୫ ଜଣ ଛୋଟ ଛୋଟ ଶିଶୁଙ୍କ ଗ୍ରହଣ ଖଣ୍ଡିଆ ରୋଗର ସଫଳ ଅସ୍ତ୍ରୋପଚାର କରାଯାଇଛି I ସେଥ୍ମଧ୍ୟରୁ କେବଳ ଭୁବନେଶ୍ବର ହାଇ-ଟେକ୍ ଡେଣ୍ଟାଲ କଲେଜରେ ପାଖାପାଖ୍ ୧୫୦ଟି ଅସ୍ତ୍ରୋପଚାର କରାଯାଇ ଅସହାୟ ଶିଶୁ ଓ ସେମାନଙ୍କ ପରିବାର ମୁହଁରେ ହସ ଫୁଟାଯାଇପାରିଛି I ଏହି ଚିକିତ୍ସା ଓ ଅସ୍ତ୍ରୋପଚାର ସଂପୂର୍ଣ ରୁପେ ମାଗଣା କରାଯାଇଥିଲା ବେଳେ, ୨୦୧୫ ମସିହାରୁ ମିଶନ ସ୍ମାଇଲ୍ ଏବଂ ହାଇ-ଟେକ୍ ଡେଣ୍ଟାଲ କଲେଜ ଏହି ମହତ୍ ସେବା କାର୍ଯ୍ୟ ଜାରି ରଖିଥବା ବେଳେ, ଆଇଓସିଏଲ୍ ର ନିରନ୍ତର ସହଯୋଗ ଏହି କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିଛି। ଏହି ଅବସରରେ ହାଇଟେକ୍ ଗ୍ରୁପ୍ ପ୍ରତିଷ୍ଠାତା ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ, ମ୍ୟାନେଜିଂ ଟ୍ରଷ୍ଟି ସୁରେଶ ପାଣିଗ୍ରାହୀ, ହାଇଟେକ ଡେଣ୍ଟାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସଂଗ୍ରାମ ପାତ୍ର, ପ୍ରଫେସର ଡାକ୍ତର ଅଭିତୋଷ ଦେବତା ପ୍ରମୁଖ ଉପସ୍ଥିତ ସମସ୍ତ ଡାକ୍ତର, ମେଡିକାଲ ଟିମ୍ ଏବଂ ସହଯୋଗୀ ସଂସ୍ଥାମାନଙ୍କୁ ସେମାନଙ୍କର ନିଃସ୍ବାର୍ଥପର ସମର୍ଥନ ଓ ସେବା ପାଇଁ ଧନ୍ୟବାଦ ଅର୍ପଣ କରିବା ସହ ଆସନ୍ତାଦିନରେ ମଧ୍ଯ ହାଇଟେକ୍ ଡେଣ୍ଟାଲ କଲେଜ ଓ ହସପିଟାଲ ଏହିଭଳି ରୋଗୀଙ୍କ ଚିକିତ୍ସା ସଂପୂର୍ଣ୍ଣ ମାଗଣାରେ କରିବାକୁ ପ୍ରତିଶୃତିବଦ୍ଧ ବୋଲି ଡକ୍ଟର ପାଣିଗ୍ରାହୀ କହିଛନ୍ତି।
Prev Post
Next Post