ପୁରୀ, ୧୪/୦୮: ତାଳଚେର-ପୁରୀ ମେମୋ ପାସେଞ୍ଜର ଟ୍ରେନ୍ର ଇଞ୍ଜିନ୍ ଲାଇନଚ୍ୟୁତ ହୋଇଛି। ପୁରୀ ଷ୍ଟେସନରୁ ମାତ୍ର ୫୦୦ ମିଟର ଦୂରରେ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ଟ୍ରେନ୍ ଷ୍ଟେସନରେ ପ୍ରବେଶ ବେଳେ ୩ ନଂ ପ୍ଲାଟଫର୍ମ ନିକଟରେ ଘଟିଛି ଅଘଟଣ।
ଟ୍ରେନ୍ ଧୀର ଗତିରେ ଥିବାରୁ ବଡ଼ ଧରଣର କ୍ଷୟକ୍ଷତି ଘଟିନାହିଁ।ଟ୍ରେନ୍ରେ ଥିବା କୌଣସି ଯାତ୍ରୀ ଆହତ ହୋଇନାହାନ୍ତି। ଲାଇନଚ୍ୟୁତ ଟ୍ରେନକୁ ହଟାଇବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଅନ୍ୟ କୌଣସି ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇନାହିଁ।