ଭୁବନେଶ୍ୱର, ୧୪/୦୮: ଓଡ଼ିଶାକୁ କୋଭିଡ୍ ଫେରିବା ପରେ ପୁଣି ବ୍ୟାପୁଛି। ଗତ ମାସରେ ଗଞ୍ଜାମରେ କିଛି କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ବରରେ ଚିହ୍ନଟ ହେଲେ ଆକ୍ରାନ୍ତ।
କରୋନା ଆକ୍ରାନ୍ତ ଜଣକ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଆକ୍ରାନ୍ତ ଜଣକ ହେଉଛନ୍ତି ବରମୁଣ୍ଡାର ଜଣେ ୫୦ ବର୍ଷୀୟ ବ୍ୟକ୍ତି। ଏ ନେଇ ସୂଚନା ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ।