ବିନୟତୋଷ ମିଶ୍ରଙ୍କୁ ଡିଜିପିର ଅତିରିକ୍ତ ଦାୟିତ୍ୱ

ବିଦାୟ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡିଜିପି ଖୁରାନିଆ

ଭୁବନେଶ୍ୱର, ୧୪/୦୮: ଓଡ଼ିଶା ପୋଲିସ ବିଭାଗରେ ଖୁବଶୀଘ୍ର ହେବ ବଡ଼ ପରିବର୍ତ୍ତନ। ବର୍ତ୍ତମାନର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି. ଖୁରାନିଆ ଅଗଷ୍ଟ ୧୬ ତାରିଖରେ ଅବସର ନେବେ। ଏହା ପୂର୍ବରୁ ଅଗଷ୍ଟ ୧୪ ତାରିଖରେ ସେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି।

ସୂଚନା ଅନୁସାରେ, ଶ୍ରୀ ୱାଇ.ବି. ଖୁରାନିଆଙ୍କ ଅବସର ପରେ ରାଜ୍ୟ ପୋଲିସ ମୁଖ୍ୟଙ୍କ ଦାୟିତ୍ୱ ଅତିରିକ୍ତ ଭାବେ ତୁଲାଇବେ ଶ୍ରୀ ବିନୟତୋଷ ମିଶ୍ର। ବର୍ତ୍ତମାନ ସେ ସିଆଇଡି ଓ କ୍ରାଇମବ୍ରାଞ୍ଚର ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ଅଗଷ୍ଟ ୧୬ ତାରିଖରୁ ସେ ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିବେ।

ପରବର୍ତ୍ତୀ ଆଦେଶ ଜାରି ହେବା ପର୍ଯ୍ୟନ୍ତ ବିନୟତୋଷ ମିଶ୍ର ଏହି ଅତିରିକ୍ତ ଦାୟିତ୍ୱରେ ରହିବେ। ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ୱାଇ.ବି. ଖୁରାନିଆଙ୍କ ଅବସର ପରେ ରାଜ୍ୟ ପୋଲିସ ବିଭାଗର ନୂଆ ନିୟମିତ ଡିଜିପି ନିଯୁକ୍ତି ନହେବା ପର୍ଯ୍ୟନ୍ତ ଶ୍ରୀ ବିନୟତୋଷ ମିଶ୍ର ଅତିରିକ୍ତ ଦାୟିତ୍ୱରେ ରହିବେ।