ଜ୍ୟୋର୍ତିପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଦୀର୍ଘାୟୁ କାମନା କରି ଶାନ୍ତି ଯଜ୍ଞ
ସାବିତ୍ରୀ ରାଉତଙ୍କ ବିୟୋଗରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା
ଭୁବନେଶ୍ୱର, ୧୪/୦୮: ଭାରତବର୍ଷରେ ବିଶିଷ୍ଟ ସନ୍ଥ ଧର୍ମସମ୍ରାଟ କରପତ୍ରୀ ଜୀ ମହାରାଜଙ୍କ ୧୧୯ତମ ପ୍ରକଟ ଦିବସ, ଶ୍ରୀ ଅରବିନ୍ଦ ଆଶ୍ରମର ସାଧକ ସନ୍ଥ ବାବାଜୀ ମହାରାଜଙ୍କ ୧୧୮ତମ ଜନ୍ମୋତ୍ସବ ଓ ଜ୍ୟୋର୍ତିପୀଠାଧିଶ୍ୱର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ମହାରାଜଙ୍କ ୫୭ତମ ପ୍ରକଟ ଉତ୍ସବ ଉପଲକ୍ଷେ ଆଜି ଏକ ବୈଦିକ ଯଜ୍ଞ କାର୍ଯ୍ୟକ୍ରମ, ଆଦିଶଙ୍କର ବେଦାନ୍ତ ପ୍ରତିଷ୍ଠାନମ୍ ଓ ରାମ ରାଜ୍ୟ ପରିଷଦ ଓଡ଼ିଶା ପକ୍ଷରୁ ଶ୍ରୀ ଅରବିନ୍ଦ ନଗରସ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ଭବନ ଠାରେ ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଡଃ ବହ୍ରୀନାଥ ପଟ୍ଟନାୟକ, ପ୍ରଫେସର ଡଃ ବୁଦ୍ଧ ଦେବ ମିଶ୍ର, ଡଃ ଆଲୋକ ରଥ, ଶ୍ରୀମତୀ ବିୟୋତପ୍ରଜ୍ଞା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଆର୍ଯ୍ୟସମାଜ, ଓଡ଼ିଶାର ଟ୍ରଷ୍ଟି ଶ୍ରୀମତୀ ସାବିତ୍ରୀ ରାଉତଙ୍କ ବିୟୋଗରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।