ଭୁବନେଶ୍ୱରରେ ‘ହାଇ ରେସ୍ ଅଡିଓ ବାଇ କାର୍ ପାଭିଲିୟନ’ ଉଦ୍ଘାଟିତ
ଗୋଟିଏ ଛାତ ତଳେ ସବୁ ପ୍ରକାର ସହାୟତା ଯୋଗାଇବା ଲକ୍ଷ୍ୟ
ଭୁବନେଶ୍ୱର, ୧୪/୦୮: ଭୁବନେଶ୍ୱରରେ ‘ହାଇ ରେସ୍ ଅଡିଓ ବାଇ କାର୍ ପାଭିଲିୟନ’ ନାମକ ସ୍ୱତନ୍ତ୍ର କାର୍ ଅଡିଓ ଷ୍ଟୋର ଅଗଷ୍ଟ ୧୪ ତାରିଖରେ ଉଦ୍ଘାଟିତ ହୋଇଛି। ସଂସ୍ଥା ପକ୍ଷରୁ ଏହା ଓଡ଼ିଶାର ଏକମାତ୍ର ସ୍ୱତନ୍ତ୍ର କାର୍ ଅଡିଓ ଷ୍ଟୋର ବୋଲି ଦାବି କରାଯାଇଛି। ଏଠାରେ Audison, JL Audio, Alpine, JBL, Infinity, Moco, Nakamichi ଓ Blaupunkt ଭଳି ପ୍ରମୁଖ ବ୍ରାଣ୍ଡର ପ୍ରିମିୟମ୍ ଅଡିଓ ସିଷ୍ଟମ୍ ଉପଲବ୍ଧ ହେବ।
୩୦୦ ବର୍ଗଫୁଟ୍ ପରିମିତ ଏହି ଷ୍ଟୋରରେ ବିଭିନ୍ନ କାର୍ ମଡେଲ୍ ପାଇଁ ପେସାଦାର ଫିଟିଂ ଓ କଷ୍ଟମାଇଜ୍ଡ ଅଡିଓ ସମାଧାନ ଯୋଗାଇ ଦିଆଯିବ। ଉଦ୍ଘାଟନୀ ସମାରୋହରେ Royal Enfield ଓ Yamahaର ଡିଷ୍ଟ୍ରିବ୍ୟୁଟର ତଥା ବିଶିଷ୍ଟ ବ୍ୟବସାୟୀ ଶ୍ରୀ ପୱନ ଅଗ୍ରୱାଲ ଉପସ୍ଥିତ ଥିଲେ।
ଷ୍ଟୋରର ମାଲିକ ଶ୍ରୀ ଦୀପକ ବଜୋରିଆ କହିଛନ୍ତି ଯେ, କାର୍ ପ୍ରେମୀମାନଙ୍କୁ ସେମାନଙ୍କ ପସନ୍ଦ ଓ ଆବଶ୍ୟକତା ଅନୁଯାୟୀ ଉଚ୍ଚମାନର ଅଡିଓ ସିଷ୍ଟମ୍, ପ୍ରଫେସନାଲ୍ ଇନ୍ଷ୍ଟଲେସନ୍ ଓ କଷ୍ଟମାଇଜ୍ଡ ସମାଧାନ ଏକ ଛାତ ତଳେ ଯୋଗାଇବା ଷ୍ଟୋରର ମୁଖ୍ୟ ଲକ୍ଷ୍ୟ। ଉତ୍ତମ ସାଉଣ୍ଡ କ୍ୱାଲିଟି ସହ ଗ୍ରାହକଙ୍କୁ ବିଶ୍ୱସନୀୟ ଓ ବିଶେଷଜ୍ଞ ସେବା ଦେବା ଉପରେ ଗୁରୁତ୍ୱ ଦିଆଯିବ।