ଶିଳ୍ପ ଜଗତର ବରିଷ୍ଠ ବ୍ୟକ୍ତିତ୍ୱ ଡଃ ତପନ ଚାନ୍ଦଙ୍କୁ ରାଜ୍ୟପାଳଙ୍କ ଦ୍ୱାରା ‘ଏକ୍ସିଲେନ୍ସ ଆୱାର୍ଡ’ ପ୍ରଦାନ
ଭୁବନେଶ୍ୱରରେ ଜାତୀୟ CSR ସମ୍ମିଳନୀ ଆୟୋଜିତ
ଭୁବନେଶ୍ୱର, ୧୮/୦୮: ଓଡ଼ିଶା ସରକାରଙ୍କ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ବିଭାଗ, ଓଡ଼ିଶା କର୍ପୋରେଟ୍ ଫାଉଣ୍ଡେସନ୍ ଏବଂ ବ୍ରିଜ୍ ଭାରତର ମିଳିତ ଆୟୋଜନରେ ଭୁବନେଶ୍ବରରେ ଜାତୀୟ CSR ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପାଟି ଉଦ୍ଘାଟନ କରିଥିଲେ।
ଉଦ୍ଘାଟନୀ ଅଭିଭାଷଣରେ ମାନ୍ୟବର ରାଜ୍ୟପାଳ ଶ୍ରୀ ହରି ବାବୁ ସ୍ଥାନୀୟ ଅଞ୍ଚଳର ବିକାଶମୂଳକ ଆବଶ୍ୟକତା ପୂରଣରେ CSR ଏବଂ ସହଭାଗିତାର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ। ସେ MP-LAD ପାଣ୍ଠିକୁ PSU ଗୁଡ଼ିକର ପ୍ରକଳ୍ପ ଆଧାରିତ ସହଭାଗିତା ମାଧ୍ୟମରେ କିପରି ସୁଦୃଢ଼ କରୁଛନ୍ତି, ତାହା ଉଲ୍ଲେଖ କରିଥିଲେ I ଶିକ୍ଷା, ସ୍ବାସ୍ଥ୍ୟ, ଦକ୍ଷତା ବିକାଶ ଭଳି ସ୍ଥାନୀୟ ଆବଶ୍ୟକତା ପୂରଣରେ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ସେ ସମ୍ମିଳନୀରେ ଉପସ୍ଥିତ ସାଂସଦମାନଙ୍କୁ ପରାମର୍ଶ ଦେଇଥିଲେ।
ସମ୍ମିଳନୀରେ ଭାରତ ସରକାରଙ୍କ ପୂର୍ବତନ ଶିକ୍ଷା ସଚିବ ଡଃ ଅରୁଣ ରଥ, ଓଡ଼ିଶା ସରକାରଙ୍କ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ବିଭାଗର କମିଶନର-କମ୍-ସଚିବ ଶ୍ରୀ ସାଦିକ୍ ଆଲମ୍, NALCO CMD ଶ୍ରୀ ବି.ପି. ସିଂହ, IREDAର ଅଧ୍ୟକ୍ଷ ଶ୍ରୀ ବି.କେ. ମହାନ୍ତିଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାର, PSU, ଶିଳ୍ପ ଜଗତ, CSR ପ୍ରମୁଖ, ବେସରକାରୀ ଉଦ୍ୟୋଗୀ, ପେସାଦାର, ପ୍ରକଳ୍ପ ପ୍ରସ୍ତାବକ, ଛାତ୍ରଛାତ୍ରୀ ଓ ଗବେଷକମାନେ ଯୋଗଦେଇଥିଲେ I ମାନ୍ୟବର ସାଂସଦ ଶ୍ରୀ ସୁକାନ୍ତ ପାଣିଗ୍ରାହୀ ଏବଂ ଡଃ ରବି ବେହେରା, ସାଂସଦ, ମଧ୍ଯ ସମ୍ମିଳନୀରେ ଉପସ୍ଥିତ ଥିଲେ।
ଉଦ୍ଘାଟନୀ ଅଧିବେଶନ ପରେ ତିନୋଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ପ୍ରଥମ ବୈଷୟିକ ଅଧିବେଶନରେ ଭାରତର ପ୍ରମୁଖ ବିଶେଷଜ୍ଞମାନେ ଯୋଗଦେଇଥିଲେ ଏବଂ ଏହାର ଅଧ୍ଯକ୍ଷତା କରିଥିଲେ NALCOର ପୂର୍ବତନ CMD ଡଃ ତପନ ଚାନ୍ଦ।
ଏହି ଅଧିବେଶନରେ CSR ସମ୍ପର୍କିତ ଆଇନ, ନିୟମ, ନିର୍ଦ୍ଦେଶିକ, ଧାରଣା ଓ ପ୍ରଣାଳୀ ସହିତ ଭାରତର CSR ଇକୋସିଷ୍ଟମକୁ ଆହୁରି ସୁଦୃଢ଼ କରିବାର ଉପାୟ ଉପରେ ଆଲୋଚନା ହୋଇଥିଲ। ଅଧିବେଶନକୁ ପରିଚାଳନା କରି ଡଃ ତପନ ଚାନ୍ଦ କହିଥିଲେ ଯେ, CSR ଭାରତ ପାଇଁ କୌଣସି ନୂଆ ଧାରଣା ନୁହେଁ। ‘Triple Bottom Line ‘Planet, People ଓ Profit—ଭଳି ଧାରଣାର ମୂଳ ଭାରତୀୟ ସଂସ୍କୃତିରେ ରହିଛି।
ସେ ଆହୁରି କହିଥିଲେ ଯେ ପରିସ୍ଥିତି ଓ ଆବଶ୍ୟକତା ଅନୁଯାୟୀ CSRର ବିଭିନ୍ନ ମଡେଲ୍ ରହିଛି, ଯଥା କନଭର୍ଜେନ୍ସ ମଡେଲ, ପୁଲ ଫଣ୍ଡ ମଡେଲ, ନିଡ୍-ବେସ୍ଡ CSR, କନସେପ୍ଟ ବେସ୍ଡ CSR ଏବଂ କମ୍ୟୁନିଟି ଓନ୍୍ ଡ CSR I ଏହି ଅବେଶନରେ NTPCର ନିର୍ଦ୍ଦେଶକ (Finance) ଶ୍ରୀ କୁଳମଣି ବିଶ୍ବାଳ, ‘Nutrition Man of India’ ଭାବେ ପରିଚିତ ଶ୍ରୀ ବସନ୍ତ କୁମାର କର, SAIL ର ଚିଫ ଜେନେରାଲ ମ୍ୟାନେଜର ଶ୍ରୀ ଅଶୋକ କୁମାର ସାହୁ, SBIର ବ୍ୟାଙ୍କର ଶ୍ରୀ ସମରେନ୍ଦ୍ର ଦାଶ ଏବଂ ArcelorMittal Nippon Steel Indiaର Head-HR ଡଃ ବିକାଶ ଯାଦବେନ୍ଦୁ ପ୍ୟାନେଲିଷ୍ଟ ଭାବେ ଯୋଗଦେଇଥିଲେ।
ଦ୍ଵିତୀୟ ବୈଷୟିକ ଅଧିବେଶନର ଅଧ୍ୟକ୍ଷତା ଭାରତ ସରକାରଙ୍କ ପୂର୍ବତନ ଶିକ୍ଷା ସଚିବ ଡଃ ଅରୁଣ ରଥ କରିଥିବାବେଳେ, ତୃତୀୟ ବୈଷୟିକ ଅଧିବେଶନକୁ ପ୍ରମୁଖ ମ୍ୟାନେଜମେଣ୍ଟ କନସଲଟାଣ୍ଟ ଶ୍ରୀ ଆଶିଷ ମହାପାତ୍ର ପରିଚାଳନା କରିଥିଲେ।
ସମାପନୀ ଅବେଶନରେ ମାନ୍ୟବର ସାଂସଦ ଶ୍ରୀ ସୁଜିତ କୁମାର ମୁଖ୍ୟ ଅତିଥି ଭାବେ, ଡଃ ତପନ ଚାନ୍ଦ ବିଶେଷ ସମ୍ମାନିତ ଅତିଥି ଭାବେ, ଡଃ ଅରୁଣ ରଥ ଏବଂ ଶ୍ରୀ ବିଜୟ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଓଡ଼ିଶା କର୍ପୋରେଟ୍ ଫାଉଣ୍ଡେସନ୍ର ଅଧ୍ୟକ୍ଷ ଶ୍ରୀ ଏଚ୍.କେ. ବେହେରା ମଧ୍ୟ ଉପସ୍ଥିତ ଥିଲେ।
ସମାପନୀ ଅଭିଭାଷଣରେ ଶ୍ରୀ ସୁଜିତ କୁମାର ସୂଚନା ଦେଇଥିଲେ ଯେ Companies Actରେ ସଂଶୋଧନ ଆସିବାର ସମ୍ଭାବନା ରହିଛି | CSR compliance ପାଇଁ ବର୍ତ୍ତମାନ ଥିବା ୫ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ଲାଭର thres hold limitକୁ ୧୦ କୋଟି ଟଙ୍କାକୁ ବୃଦ୍ଧି କରାଯିବାର ପ୍ରସ୍ତାବ ରହିଛି, ଯାହା ଛୋଟ ଓ ମଧ୍ଯ ମ ଶିଳ୍ପ ପାଇଁ ଆଶ୍ବସ୍ତି ଆଣିପାରେ।
ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପାଟି ଶିଳ୍ପ ଜଗତର ବରିଷ୍ଠ ବ୍ୟକ୍ତିତ୍ବ ଏବଂ NALCOର ପୂର୍ବତନ CMD ଡଃ ତପନ ଚାନ୍ଦଙ୍କୁ ଭାରତୀୟ ଶିଳ୍ପ ଜଗତ ଓ CSR ଆନ୍ଦୋଳନ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ‘Excellence Award’ ପ୍ରଦାନ କରି ସମ୍ମାନିତ କରିଥିଲେ।
ଡଃ ତପନ ଗନ୍ଦଙ୍କ ସହିତ IREDAର CMD ଶ୍ରୀ ବିଜୟ କୁମାର ମହାନ୍ତି, NALCOର ବର୍ତ୍ତମାନର CMD ଶ୍ରୀ ବି.ପି. ସିଂହ ଏବଂ ଭାରତ ସରକାରଙ୍କ ପୂର୍ବତନ ସଚିବ ଡଃ ଅରୁଣ ରଥଙ୍କୁ ମଧ୍ୟ ସେମାନଙ୍କର ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା।