ସୁଖ ମୃତ୍ୟୁ ପରମାତ୍ମାଙ୍କର ଆଶୀର୍ବାଦ
ଶ୍ରୀମତୀ ସାବିତ୍ରୀ ରାଉତଙ୍କ ଶ୍ରାଦ୍ଧ ସଭାରେ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, ୧୮/୦୮: ଆର୍ଯ୍ୟ ସମାଜ, ଓଡ଼ିଶାର ପ୍ରତିଷ୍ଠାତା ଟ୍ରଷ୍ଟି ଶ୍ରୀମତୀ ସାବିତ୍ରୀ ରାଉତଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ଶ୍ରୀ ଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ଓଡ଼ିଶାର ବିଶିଷ୍ଟ ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଉଦ୍ଘାଟନ କରି କହିଲେ ଯେ, ସଂସାରରେ ଜନ୍ମ ହେଲେ ମୃତ୍ୟୁ ଏକ ଚିରନ୍ତନ ପ୍ରକ୍ରିୟା । ହିନ୍ଦୁ ଧର୍ମଗ୍ରନ୍ଥ ବେଦରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ୧୬ ସଂସ୍କାରରେ ଶେଷ ସଂସ୍କାର ହେଉଛି ଅନ୍ତିମ ସଂସ୍କାର, ଯାହା ଶ୍ମଶାନରେ ଅନୁଷ୍ଠିତ ହୋଇଥାଏ । ପରମାତ୍ମାଙ୍କ ଅସୀମ ଆଶୀର୍ବାଦ ଥିଲେ ହିଁ ସୁଖ ମୃତ୍ୟୁ ହୋଇଥାଏ । ମହାଭାରତରେ ଦ୍ରୋଣ ପର୍ବରେ ସୁଖ ମୃତ୍ୟୁ ପାଇଁ ପରମାତ୍ମାଙ୍କୁ ପ୍ରାର୍ଥନା କରି କୁହାଯାଇଛି “ଅନାୟେସେନ ମରଣମ୍” ।
ଶ୍ରଦ୍ଧାଞ୍ଜଳି ଜଣାଇ ଭାରତବର୍ଷର ବିଶିଷ୍ଟ ସଂସ୍କୃତ ବିଦ୍ୱାନ ତଥା ପୂର୍ବତନ କୁଳାଧିପତି ପ୍ରଫେସର ଡଃ ପ୍ରଫୁଲ୍ଲ କୁମାର ମିଶ୍ର କହିଲେ ଯେ, ଆଦିଶଙ୍କର ୧୬ ବର୍ଷ ୩୨ ବର୍ଷ ମଧ୍ୟରେ ଆଜକୁ ୧୪ଶହ ବର୍ଷ ତଳେ ସାରା ଭାରତବର୍ଷ ଭ୍ରମଣ କଲେ, କିନ୍ତୁ ଶେଷ କଥାଟି କହିଲେ, ହେ ଜୀବ, ମୃତ୍ୟୁ ଚିରନ୍ତନ ସତ୍ୟ, ସଂସାର ବନ୍ଧନରୁ ମୁକ୍ତ ହେବା ପାଇଁ ଗୋବିନ୍ଦ ନାମକୁ ଭଜନ କର ।
ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ଶ୍ରୀମତୀ ସାବିତ୍ରୀ ରାଉତଙ୍କୁ ଜଣେ ଧର୍ମପ୍ରାଣା, ବନ୍ଧୁ ବତ୍ସଳା “ମା” ଭାବେ ବର୍ଣ୍ଣନା କରିଥିଲେ । ଭୁବନେଶ୍ୱର ଉର ବିଧାୟକ ସୁଶାନ୍ତ ରାଉତ, ସୁର୍ବାାର ସମ୍ପାଦକ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ମହାଭାରତରେ ବକ ମହାରାଜ ଧର୍ମରାଜ ଯୁଧିଷ୍ଠିରଙ୍କୁ କେତୋଟି ପ୍ରଶ୍ନ ପଚାରିଥିଲେ । ସେଥିମଧ୍ୟରୁ ଗୋଟିଏ ପ୍ରଶ୍ନ ଥିଲା “କିଂ ଆଶ୍ଚର୍ଯ୍ୟମ୍” । ତାର ଉରରେ ଧର୍ମରାଜ କହିଥିଲେ, ମୃତ୍ୟୁ ଚିରନ୍ତନ ସତ୍ୟ ବୋଲି ମଣିଷ ଜାଣି ମଧ୍ୟ ସମସ୍ତ ପ୍ରକାର ଲୋଭ, ମୋହ ଭିତରେ ବାନ୍ଧି ହୋଇ ରହିଥାଏ ।
ଅନ୍ୟମାନଙ୍କ ମଧ୍ୟରେ ୱାର୍ଡ଼ ନମ୍ବର ୯ କର୍ପୋରେଟର ଶ୍ରୀମତୀ ସାହୁ, ବରିଷ୍ଠ କଂଗ୍ରେସ ନେତା କିଶୋର ଜେନା, ଓଡ଼ିଶା କୃଷକ ସମାଜର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାନ୍ତି, କଂଗ୍ରେସ ନେତା ପୃଥ୍ୱୀବଲ୍ଲଭ ପଟ୍ଟନାୟକ, ପଦ୍ମଶ୍ରୀ ବାବା ବଳିଆଙ୍କ ସମର୍ପିତ ସାଧୁ କୁନୁ ଭାଇ, ବାବା ପ୍ରଣବାନନ୍ଦ ଦାସ ଓ ପ୍ରକାଶ ଭାଇ, ପ୍ରଫେସର ବୁଦ୍ଧଦେବ ମିଶ୍ର, ଦୂରଦର୍ଶନର ପୂର୍ବତନ ସମ୍ବାଦ ନିର୍ଦ୍ଦେଶକ ଗୋପାଳକୃଷ୍ଣ ମହାପାତ୍ର, ବିୟୋତପ୍ରଜ୍ଞା ତ୍ରିପାଠୀ, ପୂର୍ବ ପ୍ରଶାସକ ଭରତ ଭୂଷଣ ଜଗଦେବ, ଅମରେନ୍ଦ୍ର ମହାପାତ୍ର, ପୂର୍ବତନ ଆଇଜି ଅରୁଣ କୁମାର ଉପାଧ୍ୟାୟ, ପ୍ରଜ୍ଞାରାଜ ପ୍ରଧାନ, ଚାଟାର୍ଡ ଆକାଉା ରାଜୀବ ଜେନା, ସୀତା ବଲ୍ଲଭ ମହାପାତ୍ର, କଂଗ୍ରେସ ନେତା ଆଲୋକ ମହାନ୍ତି, ମନୋଜ ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଓ ଅବନୀକାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜନ୍ମେଜୟ ନାୟକ, ନଳିନୀକାନ୍ତ ରାଉତ, ଗାୟତ୍ରୀ ଜ୍ଞାନେଶ୍ୱରୀ ଓ ଭବାନୀକାନ୍ତ ରାଉତ ପ୍ରମୁଖ ପରିଚାଳନା କରିଥିଲେ । ପ୍ରାରମ୍ଭରେ ପଣ୍ଡିତ ବିନୋଦ ବିହାରୀ ଦାସ ବେଦପାଠ ଓ ଶେଷରେ ବାବା ଆନନ୍ଦ ଚୈତନ୍ୟ ବ୍ରହ୍ମଚାରୀ ଭଜନ ଗାନ କରିଥିଲେ ।