ଲାଞ୍ଜିଗଡ଼, ୧୯/୦୮: ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ପରଲୋକ ଘଟିଛି। ୫୫ ବର୍ଷ ବୟସରେ ନିଜ ଗାଁ ଦାନାରିଗୁଡ଼ାରେ ପରଲୋକ ହୋଇଛି।
ଦୀର୍ଘଦିନରୁ ଅସୁସ୍ଥ ଥିଲେ ଶିବାଜୀ ମାଝୀ। ଆଜି ଭୋର୍ରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
୨୦୦୯ରେ କଂଗ୍ରେସ ଟିକେଟରେ ବିଧାୟକ ନିର୍ବାଚିତ ହୋଇଥିଲେ। ପରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକରେ ଛାୟା ଖେଳିଯାଇଛି।