ଭୁବନେଶ୍ୱର, ୨୧/୦୮: ରାଜ୍ୟରେ ପୁଣି ଥରେ ସକ୍ରିୟ ହେବାକୁ ଯାଉଛି ମୌସୁମୀ ବର୍ଷା। ଉତ୍ତର ଓଡ଼ିଶା ଉପକୂଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ଥିବାରୁ ଆସନ୍ତା କିଛି ଦିନରେ ବର୍ଷାର ପରିମାଣ ବଢ଼ିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ବିଶେଷକରି ଆସନ୍ତା ୨୪ ତାରିଖରୁ ୨୭ ତାରିଖ ମଧ୍ୟରେ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷାର ପ୍ରଭାବ ବଢ଼ିପାରେ। ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଏହାର ପ୍ରଭାବ ଅଧିକ ରହିବାର ସମ୍ଭାବନା ରହିଛି।
ବର୍ଷାର ତୀବ୍ରତାକୁ ଦୃଷ୍ଟିରେ ରଖି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ବିଶେଷ ନଜରରେ ରଖାଯାଇଛି। ଏହି ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ସତର୍କତା ଜାରି କରାଯାଇଛି। ପୂର୍ବାନୁମାନରେ ମଧ୍ୟ ୨୪ରୁ ୨୭ ତାରିଖ ମଧ୍ୟରେ ବଜ୍ରପାତ ସହ ବର୍ଷାର ସମ୍ଭାବନା ଦେଖାଯାଉଛି।
ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଉତ୍ତର ଓଡ଼ିଶାର କିଛି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।