ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରି କିଷ୍ଟର ଗୌରବ ବଢ଼ାଇଲେ ବି. ହେମାଭଲ୍ଲିକା

ନିରନ୍ତର ପରିଶ୍ରମ ଓ ଶିକ୍ଷାଗତ ଉତ୍କର୍ଷର ପରିଚୟ ପ୍ରଦାନ

ଭୁବନେଶ୍ୱର, ୧୧/୦୯: ଜଟଣୀସ୍ଥିତ କୋଣାର୍କ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (KIST)ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ଛାତ୍ରୀ ବି. ହେମାଭଲ୍ଲିକା ୨୦୨୫–୨୬ ଶିକ୍ଷାବର୍ଷରେ ବିପିୟୁଟିରେ ଶିକ୍ଷାଗତ ସଫଳତା ପାଇଁ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରି କିଷ୍ଟ ପାଇଁ ଗୌରବ ଆଣିଛନ୍ତି। ହେମାଭଲ୍ଲିକା ୯.୩ CGPA ହାସଲ କରି ନିଜର ନିଷ୍ଠା, ନିରନ୍ତର ପରିଶ୍ରମ ଓ ଶିକ୍ଷାଗତ ଉତ୍କର୍ଷର ପରିଚୟ ଦେଇଛନ୍ତି। ଏହା ସହିତ ସେ ସମ୍ମାନଜନକ ଅର୍ଜୁନ ଭୂୟାଁ ପୁରସ୍କାର ରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ଏହି ଉଲ୍ଲେଖନୀୟ ସଫଳତା ପାଇଁ କିଷ୍ଟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ଼. ତିରୁପତି ପାଣିଗ୍ରାହୀ, ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ସୁରେଶ ପାଣିଗ୍ରାହୀ, ଡିନ୍ ଡ଼. ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଏବଂ ପ୍ରିନ୍ସିପାଲ୍ ଡ଼. ପାର୍ଥ ସାରଥି ଖୁଣ୍ଟିଆ ହେମାଭଲ୍ଲିକାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଓ ସଫଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କର ଏହି ସଫଳତା ସମଗ୍ର କିଷ୍ଟ ପରିବାର ପାଇଁ ଗର୍ବ ଓ ସମ୍ମାନର ବିଷୟ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।ହେମାଭଲ୍ଲିକାଙ୍କ ଶିକ୍ଷାଗତ ଓ ସାମଗ୍ରିକ ବିକାଶ ପାଇଁ ନିରନ୍ତର ଭାବେ ଉତ୍ସାହ, ମାର୍ଗଦର୍ଶନ ଓ ସହଯୋଗ ଯୋଗାଇଥିବା କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (CSE) ବିଭାଗକୁ ବିଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଯାଇଛି। CSE ବିଭାଗଅଧ୍ୟାପକ-ଅଧ୍ୟାପିକାମାନଙ୍କ ନିରନ୍ତର ପ୍ରେରଣା, ଉତ୍ସାହ ଓ ମାର୍ଗଦର୍ଶନ ତାଙ୍କ ଏହି ଅସାଧାରଣ ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। କିଷ୍ଟର ପରିଚାଳନାମଣ୍ଡଳୀ, ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ମଧ୍ୟ ହେମାଭଲ୍ଲିକାଙ୍କୁ ଏହି ଅସାଧାରଣ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।