ଖଡ଼ଗପୁର ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ ବାତିଲ୍

ଭାରତୀୟ ରେଳବାଇର ଅଧିକୃତ ୱେବସାଇଟ୍ ଯାଞ୍ଚ କରିବାକୁ ପରାମର୍ଶ

ଭୁବନେଶ୍ୱର, ୧୧/୦୯: ଖଡ଼ଗପୁର ଡିଭିଜନରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି, କାର୍ଯ୍ୟଗୁଡ଼ିକର ନିରାପଦ ଏବଂ ସୁଗମ ପରିଚାଳନା ପାଇଁ କେତେକ ଟ୍ରେନର ଚଳାଚଳକୁ ନିର୍ଦ୍ଦିଷ୍ଟ ତାରିଖରେ ବାତିଲ୍ କରାଯାଇଛି।

ସେହି ଅନୁଯାୟୀ, ଟ୍ରେନ ନମ୍ବର ୧୨୮୩୭ ହାୱଡ଼ା-ପୁରୀ, ଟ୍ରେନ ନମ୍ବର ୧୨୮୩୮ ପୁରୀ-ହାୱଡ଼ା, ଟ୍ରେନ ନମ୍ବର ୧୮୦୦୫ ହାୱଡ଼ା-ଜଗଦଲପୁର, ଟ୍ରେନ ନମ୍ବର ୧୮୦୦୬ ଜଗଦଲପୁର-ହାୱଡ଼ା ଏବଂ ଟ୍ରେନ ନମ୍ବର ୨୨୮୯୦ ପୁରୀ-ଦୀଘା ୧୯ ସେପ୍ଟେମ୍ବର ୨୦୨୬ ଦିନ ଯାତ୍ରା ଆରମ୍ଭ କରିବାକୁ ଥିବା ଟ୍ରେନଗୁଡ଼ିକ ବାତିଲ୍ ରହିବ ।

ଏହା ବ୍ୟତୀତ, ଟ୍ରେନ ନମ୍ବର ୨୨୮୮୯ ଦୀଘା-ପୁରୀ ୨୦ ସେପ୍ଟେମ୍ବର ୨୦୨୬ ଦିନ ଯାତ୍ରା ଆରମ୍ଭ କରିବାକୁ ଥିବା ଗାଡ଼ି ମଧ୍ୟ ବାତିଲ୍ ରହିବ ।

ଯାତ୍ରା ଆରମ୍ଭ କରିବା ପୂର୍ବରୁ ଟ୍ରେନ୍‌ର ଅଧିକ ସୂଚନା ପାଇଁ ଯାତ୍ରୀମାନେ ନ୍ୟାସନାଲ୍ ଟ୍ରେନ୍ ଇନ୍‌କ୍ୱାୟାରି ସିଷ୍ଟମ୍ (NTES) କିମ୍ବା ଭାରତୀୟ ରେଳବାଇର ଅଧିକୃତ ୱେବସାଇଟ୍ ଯାଞ୍ଚ କରିବାକୁ ପରାମର୍ଶ ।