ଏକାମ୍ର ରାଜା ମହୋତ୍ସବରେ ଡ.ତିରୁପତି ପାଣିଗ୍ରାହୀ ସମ୍ବର୍ଦ୍ଧିତ

ଏକାମ୍ର ରାଜା ମହୋତ୍ସବ ଚାରିଟେବଲ ଟ୍ରଷ୍ଟ ସଂପୂର୍ଣ୍ଣ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ବର, ୧୯/୦୯: ପୁରୁଣାବ୍ରହ୍ମପୁର ବଢେଇବାଙ୍କ ଛକରେ ବିଘ୍ନବିନାଶକ ଗଣପତିଙ୍କ ପୂଜା ମହାସମାରୋହରେ ଆୟୋଜିତ ହେଉଛି। ସ୍ଥାନୀୟ ଯୁବକଙ୍କ ଉଦ୍ୟମ ସହ ଏକାମ୍ର ରାଜା ମହୋତ୍ସବ ଚାରିଟେବଲ ଟ୍ରଷ୍ଟ ସଂପୂର୍ଣ୍ଣ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରୁଛି। ଗଣପତି ପୂଜା ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ହାଇଟେକ୍‌ ଗ୍ରୁପ୍‌ ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଡକ୍ଟର ତିରୁପତି ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ଏଭଳି ବିଶାଳ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି ଏ ଅଞ୍ଚଳରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ସହ ଲୋକଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ନିଶ୍ଚିତ ରୁପେ ପ୍ରଶଂସନୀୟ। ହାଇଟେକ୍‌ ସବୁବେଳେ ଲୋକଙ୍କ ସେବା ସହ ସେମାନଙ୍କ ସହ ସବୁ ସମୟରେ ଠିଆ ହେବାର ସୌଭାଗ୍ୟ ଅର୍ଜନ କରିଛି। ଆୟୋଜିତ କାର୍ଯ୍ୟକ୍ରମରେ ମେୟର ସୁଲେଚନା ଦାଶ,ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ,ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ବିଜେଡି ନେତା ଅଶୋକ ପଣ୍ଡା, ଭୂପିନ୍ଦର ସିଂଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ଉଠାଇଥିଲେ।