ରାୟଗଡା, ୨୪/୦୯(ଦକ୍ଷ ବାଥ୍ରା) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅଧୀନ ଭାଲିଆପଦର ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ମନୋଜ ବିଡ଼ିକା।
ସୂଚନା ଅନୁସାରେ, ମନଜ ଘରେ ଶୋଇଥିବା ସମୟରେ ତାଙ୍କୁ ସାପ କାମୁଡ଼ିଥିଲା। ଘଟଣା ଜଣାପଡ଼ିବା ପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ବିଷମକଟକ ଖ୍ରୀଷ୍ଟିଆନ୍ ମେଡିକାଲକୁ ନେଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ମନଜଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଭାଲିଆପଦର ଗ୍ରାମରେ ଶୋକର ଛାୟା ଖେଳିଯାଇଛି।