ସାନବ୍ରାହ୍ମଣ ସାହିରେ ପ୍ରସାଦ ସେବନ, ଲଡୁ ନିଲାମ ଓ ଗଣେଶ ବିସର୍ଜନ କାର୍ଯ୍ୟକ୍ରମ

୧୪ଟି ସାନ୍ତ୍ଵନାମୂଳକ ପୁରସ୍କାର ପ୍ରଦାନ

କଲ୍ୟାଣସିଂହପୁର, ୨୬/୯(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସଦର ସାନବ୍ରାହ୍ମଣ ସାହିରେ କରାଯାଇଥିବା ଶ୍ରୀ ଗଣେଶ ପୂଜାରେ ଭକ୍ତଙ୍କ ନିମନ୍ତେ ଅନ୍ନ ପ୍ରସାଦ, ଲଡ଼ୁ ନୀଲାମ ଓ ସନ୍ଧ୍ୟାରେ ବିସର୍ଜନ କରାଯାଇଛି। ସାନବ୍ରାହ୍ମଣ ସାହିର ବାସିନ୍ଦା ୧୪ ତାରିଖରେ ଶ୍ରୀ ଗଣେଶ ପୂଜା ମହାଆଡମ୍ବରେ ପାଳନ କରାଯାଇଥିଲା। ପୂଜାର ୧୧ ଦିନରେ ପୂଜା କମିଟି ତରଫରୁ ପ୍ରାୟ ୨ହଜାର ଲୋକଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରିଥିବା ବେଳେ ଅପରାହ୍ନ ୪ଟାରେ ଲଡ଼ୁ ନିଲାମ କରାଯାଇଥିଲା। ପୂଜା କମିଟି ପକ୍ଷରୁ ୧୦ ଟଙ୍କା ଲେଖାଏଁ ଲଟେରୀ କରାଯାଇଥିଲା। ଏହି ଲଟେରୀକୁ ଡ୍ର କରାଯାଇଥିଲା। ଏଥିରେ କଲ୍ୟାଣ ସିଂହପୁରର ପି ମୁରଲୀ ୮ କେଜି ର ଲଡୁ ପ୍ରଥମ ସ୍ଥାନ, କଲ୍ୟାଣ ସିଂହପୁରର ଏସ ସାଙ୍କେରୀ ୬ କେଜିର ଲଡ଼ୁ ଦ୍ୱିତୀୟ ସ୍ଥାନ, ବଡଦ୍ୱାରାସାହିର ଚିନ୍ନାମାଳି କୌଶଲ୍ୟା ୪ କେଜିର ବୁନ୍ଦି ଲଡୁ ତୃତୀୟ ସ୍ଥାନ ଅଧିକାର ପାଇଥିବା ବେଳେ ୧୪ଟି ସାନ୍ତ୍ୱନାମୂଳକ ପୁରସ୍କାର କମିଟି ପକ୍ଷରୁ ପ୍ରଦାନ କରାଯାଇଥିଲା। ଏହାପରେ ସନ୍ଧ୍ୟାରେ ଶ୍ରୀ ଗଣେଶଙ୍କ ବିସର୍ଜନ କରିବା ପାଇଁ ମୁନିଗୁଡାର ବାଜା ବଜାଇ ଲମ୍ବା ପାଟୁଆରରେ ବାହାରି ନାଚି ନାଚି ଗ୍ରାମ ପରିକ୍ରମା କରି ଶେଷରେ ନାଗାବଳୀ ନଦୀରେ ବସର୍ଜନ କରିଥିଲେ। ପୂଜା କମିଟିର ସଭାପତି ଳ ସନ୍ତୋଷ କୁମାର ପାଢ଼ୀ, ଅରୁଣ ସାହୁ, ବୃନ୍ଦାବନ ପାଢ଼ୀ, ଚକ୍ରଧର ପାଢ଼ୀ, ଗଣେଷ ବାଗବଂଶ, କାଳିଆ ବଲ୍ଲଭାଇ, ପି ନାଗରାଜୁ ସମେତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।