ଭୁବନେଶ୍ୱର, ୦୧/୧୦: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବିଡିଓ ସଞ୍ଜୀବ କୁମାର ମହାପାତ୍ରଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ନିଲମ୍ବନ ସମୟରେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହିବେ। ସେ ଜିଲ୍ଲାପାଳଙ୍କ ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ। ଏହା ସହିତ, ନିୟମ ଅନୁସାରେ ନିଲମ୍ବନ ସମୟରେ ତାଙ୍କୁ ସବ୍ସିଷ୍ଟେନ୍ସ ଆଲାଉନ୍ସ ବା ଜୀବିକା ଭତ୍ତା ପ୍ରଦାନ କରାଯିବ।