‘ସୂର୍ଯ୍ୟଘର ସୋଲାର ଏଜେନ୍ସି’ର ପ୍ରଥମ ବାର୍ଷିକୋତ୍ସବ

ହଜାର ହଜାର ଲୋକଙ୍କୁ ଅନ୍ନଭୋଗ ବଣ୍ଟନ

ବରଗଡ଼, ୨୦/୧୦: ବିଜୟା ଦଶମୀର ପବିତ୍ର ତିଥିରେ ବରଗଡ଼ ଅମ୍ବାପାଲିସ୍ଥିତ ଗଜପତି ମଣ୍ଡପ ନିକଟରେ ପ୍ରତିଷ୍ଠିତ ‘ସୂର୍ଯ୍ୟଘର ସୋଲାର ଏଜେନ୍ସି’ର ପ୍ରଥମ ବାର୍ଷିକୋତ୍ସବ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ଏଜେନ୍ସି ପକ୍ଷରୁ ଏକ ବୃହତ୍ ସମାଜସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଜନସାଧାରଣଙ୍କୁ ମହାପ୍ରସାଦ ଅନ୍ନଭୋଗ ବଣ୍ଟନ କରାଯାଇଥିଲା।

ଏଜେନ୍ସିର ମାଲିକ ବିଶ୍ବନାଥ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟକ ସ୍ଥାନୀୟ ଲୋକ ଯୋଗଦେଇ ଅନ୍ନଭୋଗ ଗ୍ରହଣ କରିଥିଲେ ଏବଂ ଏହି ମହତ୍ ପଦକ୍ଷେପକୁ ଭୂୟୀସୀ ପ୍ରଶଂସା କରିଥିଲେ।

ଏହି ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମକୁ ସଫଳ କରିବାରେ ଉମାକାନ୍ତ ଭୋଇ, ସୁବୋଧ ବିର୍ତ୍ତିଆ, ସୁଖଦେବ ଭୋଇ, ରାକେଶ ବୁଡେକ୍ ଏବଂ ଶ୍ରୀକାନ୍ତ ପ୍ରଧାନ ପ୍ରମୁଖ ସକ୍ରିୟ ଭାବେ ସହଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବିଶିଷ୍ଟ ସାମାଜିକ କର୍ମୀ ସୁବ୍ରତ ବିର୍ତ୍ତିଆ। ସେ ଆୟୋଜକମାନଙ୍କୁ ସାଧୁବାଦ ଜଣାଇବା ସହ ଏପରି ପବିତ୍ର ଦିନରେ ଜନକଲ୍ୟାଣ କାର୍ଯ୍ୟ କରିବା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ମତବର୍ଷ ପ୍ରକାଶ କରିଥିଲେ। ଏଥିସହିତ ସେ ଆୟୋଜକ ଓ ସହଯୋଗୀମାନଙ୍କୁ ଉତ୍ସାହିତ କରି ଆଗାମୀ ଦିନରେ ଏଭଳି ସମାଜସେବା ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

ପ୍ରଥମ ବାର୍ଷିକୋତ୍ସବରେ ଏଭଳି ଗରୀବ ଓ ସାଧାରଣ ଜନତାଙ୍କୁ ଅନ୍ନସେବା ପ୍ରଦାନ କରାଯାଇଥିବାରୁ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।