ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଚାଷୀ ଭାଇଭଉଣୀଙ୍କ ବ୍ୟାପକ କ୍ଷୟକ୍ଷତି ଯୋଗୁ ମୁଖ୍ୟମନ୍ତ୍ରୀ ଦୁଃଖିତ

ଭୁବନେଶ୍ୱର, ୧୯/୧୦: ଚଳିତ ବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଓ ବନ୍ୟାଜନିତ କ୍ଷୟକ୍ଷତି ଦୃଷ୍ଟିରୁ ଦୁର୍ଗା ପୂଜା ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ବିଶେଷ କରି ଚାଷୀ ଭାଇ ଭଉଣୀଙ୍କ ବ୍ୟାପକ କ୍ଷୟକ୍ଷତି ଯୋଗୁ ମୁଖ୍ୟମନ୍ତ୍ରୀ ଦୁଃଖିତ ଅଛନ୍ତି ।

ଏଥିପାଇଁ ଦୁର୍ଗା ପୂଜା ସମୟରେ ଦଶହରା ଅବସରରେ ମୁଖ୍ୟମନ୍ତ୍ରୀ ପୂଜା ମଣ୍ଡପ ବୁଲି ଦର୍ଶନ କରିବେ ନାହିଁ ।