ଆସନ୍ତା କାଲି ମୁଖ୍ୟାଳୟରେ ଉପସ୍ଥିତ ରହିବେ ବରିଷ୍ଠ ଅଧିକାରୀ: ସରକାରଙ୍କ ବଡ଼ ନିର୍ଦ୍ଦେଶ

ଖୋର୍ଦ୍ଧା ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର, ୨୫/୧୦: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ। ଆସନ୍ତା କାଲି ମୁଖ୍ୟାଳୟରେ ଉପସ୍ଥିତ ରହିବେ ବରିଷ୍ଠ ଅଧିକାରୀ। ସମସ୍ତ ACS, ପ୍ରମୁଖ ସଚିବ, କମିଶନର ଉପସ୍ଥିତ ରହିବେ। ବାତ୍ୟାର ମୁକାବିଲା ଓ ପ୍ରଶାସନିକ କାର୍ଯ୍ୟ ପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଆସନ୍ତା କାଲିଠୁ ୩୧ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କଲେ ଜିଲ୍ଲାପାଳ। ବିନା ଅନୁମତିରେ ନିଜ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ ରହିଛି।