ବାତ୍ୟା “ଅର୍ଣ୍ଣବ” ପାଇଁ ଆଉ ଚାରିଟି ଯାତ୍ରୀବାହୀ ଟ୍ରେନ୍ ସେବା ବାତିଲ୍
ପରିବର୍ତ୍ତନଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ
ଭୁବନେଶ୍ୱର, ୨୭/୧୦: ଆସନ୍ନ ବାତ୍ୟା “ଅର୍ଣ୍ଣବ”କୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କ ସୁରକ୍ଷା ଏବଂ ରେଳ ଚଳାଚଳର ସୁଚାରୁ ପରିଚାଳନା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆଉ ଚାରିଟି ଯାତ୍ରୀବାହୀ ଟ୍ରେନ୍ ସେବା ବାତିଲ୍ କରାଯାଇଛି।
ବାତିଲ ହୋଇଥିବା ଟ୍ରେନ୍ଗୁଡ଼ିକର ବିବରଣୀ ନିମ୍ନରେ ଦିଆଗଲା:
୧. ଟ୍ରେନ୍ ନଂ ୫୮୪୦୬/୫୮୪୦୫: ପାରାଦୀପ–କଟକ–ପାରାଦୀପ ପାସେଞ୍ଜର୍ ଟ୍ରେନ୍ — ୨୮ ଅକ୍ଟୋବର ୨୦୨୬।
୨. ଟ୍ରେନ୍ ନଂ ୬୮୪୧୧/୬୮୪୧୨: ଭୁବନେଶ୍ୱର–ବ୍ରହ୍ମପୁର–ଭୁବନେଶ୍ୱର ମେମୁ ଟ୍ରେନ୍ — ୨୮ ଅକ୍ଟୋବର ୨୦୨୬।
୩. ଟ୍ରେନ୍ ନଂ ୬୮୪୪୫: କଟକ–ପାଲାସା ମେମୁ ଟ୍ରେନ୍ — ୨୮ ଅକ୍ଟୋବର ୨୦୨୬।
୪. ଟ୍ରେନ୍ ନଂ ୬୮୪୪୬: ପାଲାସା–କଟକ ମେମୁ ଟ୍ରେନ୍ — ୨୯ ଅକ୍ଟୋବର ୨୦୨୬।
ଯାତ୍ରୀମାନଙ୍କୁ ନିଜ ଯାତ୍ରା ଯୋଜନା କରିବା ସମୟରେ ଏହି ପରିବର୍ତ୍ତନଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଉଛି। ଟ୍ରେନ୍ ଚଳାଚଳ ସମ୍ପର୍କିତ ସର୍ବଶେଷ ସୂଚନା ପାଇଁ ଯାତ୍ରୀମାନେ ଜାତୀୟ ଟ୍ରେନ୍ ଅନୁସନ୍ଧାନ ବ୍ୟବସ୍ଥା (NTES) କିମ୍ବା ଭାରତୀୟ ରେଳପଥର ଅଧିକୃତ ୱେବସାଇଟ୍ ଯାଞ୍ଚ କରିବା ପରେ ଯାତ୍ରା ଆରମ୍ଭ କରିବାକୁ ଅନୁରୋଧ କରାଯାଉଛି।