ଏମ୍.ସି.ଏଲ୍.ରେ ସତର୍କତା ସଚେତନତା ସପ୍ତାହ–୨୦୨୬ ଅନୁଷ୍ଠିତ

ସତର୍କତା ରଥକୁ ପତାକା ଦେଖାଇ ଶୁଭାରମ୍ଭ

ସମ୍ବଲପୁର, ୨୭/୧୦: ମହାନଦୀ କୋଲଫିଲ୍ଡ୍‌ସ୍‌ ଲିମିଟେଡ୍‌ (ଏମ୍.ସି.ଏଲ୍.) ପକ୍ଷରୁ “ସତ୍ୟନିଷ୍ଠାରୁ ସମୃଦ୍ଧି” ବିଷୟବସ୍ତୁକୁ ଆଧାର କରି ଅକ୍ଟୋବର ୨୬ ରୁ ନଭେମ୍ବର ୧, ୨୦୨୬ ପର୍ଯ୍ୟନ୍ତ ସତର୍କତା ସଚେତନତା ସପ୍ତାହ–୨୦୨୬ ପାଳନ କରାଯାଉଛି।

ଉଦଘାଟନୀ ଦିବସରେ ଏମ୍.ସି.ଏଲ୍.ର ଅଧ୍ୟକ୍ଷ-ତଥା-ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଉଦୟ ଅନନ୍ତ କାଓଲେ, ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ସମ୍ବୀତ ସୌରଭ ନାୟକ ଏବଂ ନିର୍ଦ୍ଦେଶକ (ମାନବ ସମ୍ବଳ) ଶ୍ରୀମତୀ ରେଖା ପାଣ୍ଡେଙ୍କ ଉପସ୍ଥିତିରେ କମ୍ପାନୀ ମୁଖ୍ୟ କାର୍ଯ୍ୟାଳୟରେ କର୍ମଚାରୀମାନଙ୍କୁ ସତ୍ୟନିଷ୍ଠାର ଶପଥ ପାଠ କରାଇଥିଲେ। ଏହି ଅବସରରେ ସତର୍କତା ଏବଂ ସତ୍ୟନିଷ୍ଠାର ବାର୍ତ୍ତା ପ୍ରସାର କରିବା ପାଇଁ ଏକ ସତର୍କତା ରଥକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା।

ମଙ୍ଗଳବାର ଦିନ ଶ୍ରୀ ସମ୍ବୀତ ସୌରଭ ନାୟକଙ୍କ ଅଧ୍ୟକ୍ଷତାରେ ଏକ ବିଡର୍ସ ମିଟ୍‌ (ନିଲାମକାରୀ କିମ୍ବା ଟେଣ୍ଡରଦାତାମାନଙ୍କ ବୈଠକ) ଅନୁଷ୍ଠିତ ହୋଇଥିଲା। ବୈଠକ ସମୟରେ ସେ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସତ୍ୟନିଷ୍ଠାର ଶପଥ ପାଠ କରାଇଥିଲେ। ଏହି ବୈଠକରେ ଏମ୍.ସି.ଏଲ୍.ର ବିଭିନ୍ନ କ୍ଷେତ୍ରରୁ ଆସିଥିବା ଟେଣ୍ଡରଦାତାମାନେ ନିଜର ମତ ଓ ପରାମର୍ଶ ପ୍ରଦାନ କରିଥିଲେ ଏବଂ ସ୍ୱଚ୍ଛତା ବୃଦ୍ଧି ତଥା କାର୍ଯ୍ୟପ୍ରଣାଳୀରେ ସୁଧାର ଆଣିବା ପାଇଁ ଏମ୍.ସି.ଏଲ୍. ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା କରାଯାଉଥିବା ପ୍ରୟାସଗୁଡ଼ିକୁ ଭୂୟସୀ ପ୍ରଶଂସା କରିଥିଲେ।

ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମର ଅଂଶବିଶେଷ ଭାବରେ ଏକ ସାଇକ୍ଲୋଥନ୍‌ (ସାଇକେଲ୍‌ ରାଲି) ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଥିରେ କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ସମେତ ପ୍ରାୟ ୨୫୦ ଜଣ ଅଂଶଗ୍ରହଣକାରୀ ଅଂଶଗ୍ରହଣ କରିଥିଲେ। ସତର୍କତା ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ସପ୍ତାହ ମଧ୍ୟରେ ଏମ୍.ସି.ଏଲ୍. ମୁଖ୍ୟାଳୟ ଏବଂ ସମସ୍ତ କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକଳାପ ତଥା ଜନ-ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।