ଜଳବନ୍ଦୀଙ୍କୁ ଏୟାରଲିଫ୍ଟ କରାଯିବ: ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା

ଲୋକଙ୍କୁ ଉଦ୍ଧାର କରିବାକୁ ଆସିବ ଭାରତୀୟ ବାୟୁସେନା ବିମାନ

ଭୁବନେଶ୍ୱର, ୨୯/୧୦: ରାଜୀବ ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ଏସଆରସି ରାଜେଶ ପ୍ରଭାକର ପାଟିଲ।

ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି ଯେ, ଗଞ୍ଜାମ ଓ ଗଜପତି, ଗଞ୍ଜାମରେ ଅଧିକ ବର୍ଷା ହୋଇଛି। ଗଞ୍ଜାମ ଏବଂ ଗଜପତିରେ ଏବେ ସ୍ଥିତି ଖରାପ ଅଛି। ୨ ହଜାର ଲୋକ ଜଳ ବନ୍ଦୀରେ ରହିଛନ୍ତି। ବାତ୍ୟା ପରିବର୍ତ୍ତୀ ସ୍ଥିତି ପାଇଁ ଆଲର୍ଟରେ ଅଛନ୍ତି ସରକାର। ପାଣି କମିବାକୁ ସମୟ ଲାଗିବ।

ଗଞ୍ଜାମ ଜିଲ୍ଲାର ୪ ସ୍ଥାନରେ ୧୨୦ ଜଳବନ୍ଦୀଙ୍କୁ ଏୟାରଲିଫ୍ଟ କରାଯିବ। ଆସ୍କା ଓ ସାନଖେମୁଣ୍ଡି ଅଞ୍ଚଳରେ ଲୋକଙ୍କୁ ଉଦ୍ଧାର କରାଯିବ। ଏୟାରଲିଫ୍ଟ ପାଇଁ ଗୃହ ମନ୍ତ୍ରାଳୟ ସହ କଥା ହୋଇଛୁ। କୋଷ୍ଟଗାର୍ଡ ସହ କଥା ହୋଇ ହେଲିକପ୍ଟରରେ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଭାରତୀୟ ବାୟୁସେନା ବିମାନ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଓଡ଼ିଶା ଆସିବ।

ଶ୍ରୀକାକୁଲାମରେ ରେଳ ବ୍ରିଜରେ ପାଣି ବୁଡ଼ି ରହିଥିଡାରୁ ସେଠାରେ ଟ୍ରେନ ଅଟକିଛି। ସେଠାରେ ଯାତ୍ରୀଙ୍କୁ ରୋଡ୍‌ରେ ପଠାଇବାକୁ ଯୋଜନା କରାଯାଇଛି। ରେଲୱେ ସହ ଯୋଗାଯୋଗରେ ଅଛୁ, ଯାତ୍ରୀଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା ଯୋଗାଇ ଦିଆଯିବ। ରାସ୍ତା ସୁବିଧା ନଥିଲେ ଷ୍ଟେସନରେ ଯାତ୍ରୀମାନଙ୍କୁ ରଖାଯିବ। ଷ୍ଟେସନରେ ସମସ୍ତ ପ୍ରକାର ସୁବିଧା ଯୋଗାଇବାକୁ ବ୍ୟବସ୍ଥା କରାଯିବ।