ଭୂସ୍ଖଳନରେ ନିଖୋଜ ଥିବା ଲୋକଙ୍କୁ ଖୋଜିବ ହେଲିକପ୍ଟର

ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର, ୩୧/୧୦: ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ ଦୁଇ ଗାଁରେ ଭୂସ୍ଖଳନରେ ନିଖୋଜ ଥିବା ୧୩ ଜଣ ଲୋକଙ୍କୁ ଖୋଜିବ ହେଲିକପ୍ଟର। ଏ ନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

ମନ୍ତ୍ରୀ କହିଛନ୍ତି, ନୌସେନାର ଅତ୍ୟାଧୁନିକ ହେଲିକପ୍ଟର ନିଖୋଜଙ୍କୁ ଖୋଜିବ। ମାଟି ତଳେ କାଳେ କେହି ରହିଥିବେ ସେ ନେଇ ସ୍କାନ କରିବ ହେଲିକପ୍ଟର। ଏ ନେଇ ଭୁବନେଶ୍ବର ବିମାନବନ୍ଦରରୁ ଭଞ୍ଜନଗରକୁ ହେଲିକପ୍ଟର ଯିବ। ରେଲୱେର ବି ସହଯୋଗ ଲୋଡ଼ାଯାଇଛି, ଏକ୍ସପର୍ଟ ଟିମ୍ ଗଞ୍ଜାମ ଯିବ।ପୁଲିଂ ମେସିନ୍‌ର ସହାୟତା ନିଆଯିବ, ଉଦ୍ଧାର କାର୍ଯ୍ୟରେ ଶତାଧିକ ଶ୍ରମିକ ଲାଗିଛନ୍ତି।