ଆଇଏଏସ ସ୍ତରରେ ବଡ଼ ଅଦଳବଦଳ

ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଦାୟିତ୍ୱ

ଭୁବନେଶ୍ୱର, ୦୫/୧୧: ଆଇଏଏସ ସ୍ତରରେ ବଡ଼ ଅଦଳବଦଳ। କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ରୁପା ମିଶ୍ରଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଭାବରେ ଦାୟିତ୍ଵ ପ୍ରଦାନ କରାଯାଇଛି। ସ୍ବାସ୍ଥ୍ୟ ସଚିବ ଅଶ୍ବଥୀ ଏସ ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି। ଏଥିସହ ସେ ସିଟି ଓଡିଶା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଥିବା ଗିରିଶ ଏସଏନ ହୋଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ। ସେହିପରି ଏଫଡିସି ଅଧ୍ୟକ୍ଷ ପଦରୁ ବିଷ୍ଣୁପଦ ସେଠୀଙ୍କୁ ହଟାଇ ତାଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ଓଏସଡି ଭାବେ ବଦଳି କରାଯାଇଛି।