ଧାମୁଣିପଙ୍ଗା ବିଦ୍ୟାଳୟ ରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର  ଆଭାସୀ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ

କଲ୍ୟାଣସିଂହପୁର, ୦୭/୧୧(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକର ଧାମୁଣିପଙ୍ଗା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ନିକଟରେ ରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର  ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଭିର୍ତ୍ତିପ୍ରସ୍ତର ସ୍ଥାପନ  କରିଛନ୍ତି। କେନ୍ଦୁଝର ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକୋମଳରେ ଉଦଘାଟନ ଉତ୍ସବ କରିଥିବା ବେଳେ

ଧାମୁଣୀପଙ୍ଗା ଠାରେ ସଂମାନ୍ନୀତ ଅତିଥି ଭାବେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ କୁମାର ସେଠୀ,ନାଏବ ଜିଆନା କାଡ୍ରାକା, ପୂର୍ବତନ ସଭାପତି ଦିକାନା କାଡ୍ରାକା, ବିଧାୟକ ପ୍ରତିନିଧି ବାଲାରାଓ ବିଡ଼ିକା, ୱାର୍ଡ ସଭ୍ୟ ଲାଛିମି କାଡ୍ରାକା,ବିଦ୍ୟାଳୟ ର ପରିଚାଳନା କମିଟିର ଅଧକ୍ଷ ମୁସୁରୀ କାଡ୍ରାକା ,ଉପ ସଭାପତି ସୁନିତା ମାଣ୍ଡିକା , ସି ଆର ସି ସି ଅନିରୁଦ୍ଧ ସାମନ୍ତରା ପ୍ରମୁଖ ମଞ୍ଚାସିନ ରହିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତୃତୀୟ ପର୍ଯ୍ୟାୟରେ ୬୩୦ଟି ବିଦ୍ୟାଳୟକୁ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିର୍ତ୍ତିପ୍ରସ୍ତର ସ୍ଥାପନ ରୁ ରାୟଗଡା ଜିଲ୍ଲାରେ  ୩୦ଟି ମଧ୍ୟରୁ କଲ୍ୟାଣ ସିଂହପୁର ବ୍ଲକର ୬ଟି ଧାମୁଣିପଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନାରାୟଣପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସେରିଗୁମ୍ମା ସରକାରୀ ଉନ୍ନୀତ  ଉଚ୍ଚ ବିଦ୍ୟାଳୟ, ସିଙ୍ଗାରି ସରକାରୀ ଉନ୍ନୀତ  ଉଚ୍ଚ ବିଦ୍ୟାଳୟ, ଶିକରପାଇ ପ୍ରାଥମିକ ବିଦ୍ୟାଳୟ ଓ ପୂଜାରୀଗୁଡା ସରକାରୀ ଉନ୍ନୀତ  ଉଚ୍ଚ ବିଦ୍ୟାଳୟ ରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟକୁ ଆଭାସୀ ମାଧ୍ୟମରେ ଭିର୍ତ୍ତିପ୍ରସ୍ତର ସ୍ଥାପନ  କରାଯାଇଛି।ଏଥିରେ ନିମନ୍ତ୍ରିତ ଅତିଥି ଓ ବିଦ୍ୟାଳୟ ର ଶିକ୍ଷକଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ