କୃଷ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ
ଶିକ୍ଷା, ବାପାମାଆଙ୍କ ପ୍ରତି କୃତଜ୍ଞତାର ମାଧ୍ୟମ ହେଉ: ଡକ୍ଟର ତିରୁପତି ପାଣିଗ୍ରାହୀ
ଭୁବନେଶ୍ବର, ୧୪/୧୧: ଖୋର୍ଦ୍ଧା ଯାଆଁଳା ନିକଟସ୍ଥ ମୁଣ୍ଡମୁହାଁଣସ୍ଥିତ କୃଷ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ-୨୦୨୬ ମହାସମାରୋହରେ ଅନୁଷ୍ଠିତ ହୋଇଛି I ବିଦ୍ୟାଳୟ ପଞ୍ଚସଖା ଶିକ୍ଷାସେତୁ କମିଟିର ସଭାପତି କିରୀଟି ଚନ୍ଦ୍ର ସାମନ୍ତରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ହାଇଟେକ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ, ଛାତ୍ର ଜୀବନ, ପ୍ରତ୍ୟକଙ୍କ ଜୀବଦଶା ସମୟରେ ଗୋଟିଏ ଥର ଆସେ, ଏହି ସମୟକୁ ସଠିକ୍ ବିନିଯୋଗ କଲେ, ନିଜର ଜ୍ଞାନ,ଦକ୍ଷତା ବୃଦ୍ଧି ହେବା ସହ ପରିବାର,ରାଜ୍ୟ ଓ ଦେଶମାତୃକାର ସେବା କରିବାର ସୁଯୋଗ ମିଳିଥାଏ ବୋଲି କହିଲେ,ପିଲାମାନେ ବାପାମାଆଙ୍କ ପ୍ରତି ସମ୍ମାନ ରଖିଲେ ନିଶ୍ଚିତ ଭବିଷ୍ୟତ ଗଠନ ସହ ବ୍ୟକ୍ତିତ୍ବର ବିକାଶ ଘଟିଥାଏ। ଅନ୍ୟମାନଙ୍କ ମଧ୍ୟରେ ଜଟଣୀ ପଞ୍ଚାୟତ ସମିତି ଅଧ୍ଯକ୍ଷା ଜୟନ୍ତୀ ଛୋଟରାୟ, ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ, ଓଡ଼ିଶା ହାଇକୋର୍ଟର ଆଡଭୋକେଟ୍ ତଥା ବାର୍ କାଉନସିଲ୍ ସଦସ୍ୟ ବିଭୁପ୍ରସାଦ ତ୍ରିପାଠୀ, ଜଟଣୀ ଗୋଷ୍ଠୀ ଶିକ୍ଷା ଅଧ୍ବକାରୀ ନାରାୟଣ ଦାସ, ଯାଆଁଳା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରଦ୍ଧାଞ୍ଜଳି ବେହେରା, ସମିତିସଭ୍ୟା ଯମୁନାରାଣୀ ବେହେରା, ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ସୁପୁତ୍ର ରବିନାରାୟଣ ସାମନ୍ତରାୟ, ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ପ୍ରମୋଦ କୁମାର ବେହେରା ପ୍ରମୁଖ ସମ୍ମାନିତ ଅତିଥ୍ ଭାବେ ମଞ୍ଚାସୀନ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନସୂୟା ଦାଶ ଅତିଥୁ ପରିଚୟ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ I ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା I କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।