ବାତ୍ୟା ‘ଅକ୍ୱାନ୍‌’ ବେଳେ ସତର୍କତା, ସଚେତନତା, ସାମୂହିକ ସହଯୋଗ ଓ ପ୍ରଚେଷ୍ଟା ବଳରେ ମୁକାବିଲା କରିବା: ମନମୋହନ ସାମଲ

ବିପଦଗ୍ରସ୍ତ ଲୋକଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଆଗେଇ ଆସନ୍ତୁ

ଉଦ୍ଧାର କାର୍ଯ୍ୟ, ରିଲିଫ ବଂଟନ ଏବଂ ପ୍ରଭାବିତ ଲୋକଙ୍କୁ ସବୁପ୍ରକାରର ଜରୁରୀ ସହାୟତା ପହଂଚାଇବାରେ ଆଗେଇ ଆସିବାକୁ ଦଳୀୟ କାର୍ଯ୍ୟକର୍ତାଙ୍କୁ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର, ୧୯/୧୧: ଆଗାମୀ କିଛି ଘଣ୍ଟା ମଧ୍ୟରେ “ଅକ୍ୱାନ୍‌’ ବାତ୍ୟା ଓଡ଼ିଶା ଉପକୂଳକୁ ଛୁଇଁବାର ସମ୍ଭାବନା ରହିଛି ଏବଂ ଏହାର ପ୍ରଭାବ ଆମ ରାଜ୍ୟରେ ଅଧିକ ଅନୁଭୂତ ହେବାର ସୂଚନା ମିଳୁଛି । ଏହି ସମୟରେ ସମସ୍ତେ ସୁରକ୍ଷିତ ଓ ନିରାପଦ ସ୍ଥାନରେ ରୁହନ୍ତୁ । ବିପଦଗ୍ରସ୍ତ ଲୋକଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଆଗେଇ ଆସନ୍ତୁ । ସରକାର ଓ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ର୍ନିେଶାବଳୀକୁ ପାଳନ କରିବା ସହ ପ୍ରଶାସନିକ କଳକୁ ର୍ପୂ ସହଯୋଗ କରନ୍ତୁ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍‌’ ର ମୁକାବିଲା ପାଇଁ ରାଜ୍ୟ ସରକାର ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି । ବାତ୍ୟାକୁ ନେଇ କେହି ମଧ୍ୟ ଭୟଭୀତ କିମ୍ବା ଆତଙ୍କିତ ହୁଅନ୍ତୁ ନାହିଁ । ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ସମସ୍ତ ସତର୍କତା ସୂଚନା ଏବଂ ପରାମର୍ଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ରାଜ୍ୟବାସୀ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ବିଜେପିର ସମସ୍ତ କର୍ମୀ ଓ ପଦାଧିକାରୀମାନେ ନିଜ ନିଜ ଅଂଚଳରେ ସର୍ମ୍ପୂ ପ୍ରସ୍ତୁତ ରହି ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇଦେବାରେ ପ୍ରଶାସନକୁ ସହଯୋଗ କରନ୍ତୁ । ଉଦ୍ଧାର କାର୍ଯ୍ୟ, ରିଲିଫ ବଂଟନ ଏବଂ ପ୍ରଭାବିତ ଲୋକଙ୍କୁ ସବୁପ୍ରକାରର ଜରୁରୀ ସହାୟତା ପହଂଚାଇବାରେ ଆଗେଇ ଆସିବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଦଳୀୟ କାର୍ଯ୍ୟକର୍ତାଙ୍କୁ ର୍ନିେଶ ଦେଇଛନ୍ତି । ସତର୍କତା, ସଚେତନତା, ସାମୂହିକ ସହଯୋଗ ଓ ପ୍ରଚେଷ୍ଟା ବଳରେ ଆମେ ଏହି ପରିସ୍ଥିତିର ସଫଳ ମୁକାବିଲା କରିପାରିବା ବୋଲି ଶ୍ରୀ ସାମଲ ଦୃଢ ଆଶା ବ୍ୟକ୍ତ କରିଛନ୍ତି ।