ଭୁବନେଶ୍ୱର, ୨୭/୧୧: ଓଡ଼ିଶାର କସମେଟିକ୍ସ ଓ ସ୍କିନ୍ କେୟାର୍ ଶିଳ୍ପରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଅଧ୍ୟାୟ। ଭୁବନେଶ୍ୱରରେ ଆରମ୍ଭ ହୋଇଛି ରାଜ୍ୟର ନିଜସ୍ୱ ସ୍କିନ୍ କେୟାର୍ ବ୍ରାଣ୍ଡ ‘Hydra24’। Zylynz Beauty Private Limited ପକ୍ଷରୁ ଏହି ନୂଆ ବ୍ରାଣ୍ଡର ୬ଟି ସ୍କିନ୍ କେୟାର୍ ପ୍ରଡକ୍ଟ ଉନ୍ମୋଚନ କରାଯାଇଛି। ଓଡ଼ିଶାର ଜଳବାୟୁ ଓ ତ୍ୱଚାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପ୍ରଡକ୍ଟ ପ୍ରସ୍ତୁତ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।
ଭୁବନେଶ୍ୱରରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ସାମ୍ବାଦିକ ସମ୍ମିଳନୀରେ Hydra24n ସ୍କିନ୍ କେୟାର୍ ରେଞ୍ଜର ଶୁଭାରମ୍ଭ ହୋଇଛି। Zylynz Beauty Private Limited ପକ୍ଷରୁ ଆରମ୍ଭ ହୋଇଥିବା ଏହି ବ୍ରାଣ୍ଡର ଉନ୍ମୋଚନ ଉତ୍ସବରେ କମ୍ପାନୀର ଫାଉଣ୍ଡର, କୋ-ଫାଉଣ୍ଡର, ବୋର୍ଡ ମେମ୍ବରଙ୍କ ସମେତ ବହୁ ବିଶିଷ୍ଟ ବିୟୁଟି ପାର୍ଲର ମାଲିକ ଓ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ।
ଓଡ଼ିଶାର ଗରମ, ଗୁଳୁଗୁଳି, ପ୍ରଦୂଷଣ ଓ ପ୍ରଖର ସୂର୍ଯ୍ୟକିରଣ ଯୋଗୁଁ ତ୍ୱଚାରେ ଦେଖାଦେଉଥିବା ଟ୍ୟାନିଂ, ଶୁଷ୍କତା ଓ ମଳିନତାକୁ ଦୃଷ୍ଟିରେ ରଖି Hydra24n ରେଞ୍ଜ୍ ପ୍ରସ୍ତୁତ କରାଯାଇଛି। ଏହି ରେଞ୍ଜରେ ରହିଛି ୬ଟି ଉତ୍ପାଦ। ଫେସ୍ ୱାସ୍, ମାଚା ଟୋନର, ବ୍ରାଇଟେନିଂ ସେରମ୍, ଡେ କ୍ରିମ୍, ନାଇଟ୍ କ୍ରିମ୍ ଏବଂ SPF-50 ସନସ୍କ୍ରିନ୍। ତ୍ୱଚାର ସଫାସୁତୁରା, ନମନୀୟତା, ଉଜ୍ଜ୍ୱଳତା ଓ ସୂର୍ଯ୍ୟକିରଣରୁ ସୁରକ୍ଷା ଉପରେ ଏହି ପ୍ରଡକ୍ଟଗୁଡ଼ିକ ଗୁରୁତ୍ୱ ଦେଇଛି ବୋଲି କମ୍ପାନୀ ମତ ପ୍ରକାଶ କରିଛନ୍ତି ।
କେବଳ ଏକ ସ୍କିନ୍ କେୟାର୍ ବ୍ରାଣ୍ଡ ନୁହେଁ, ବରଂ ଓଡ଼ିଶାରୁ ଏକ ଜାତୀୟ ସ୍ତରର ବିୟୁଟି ବ୍ରାଣ୍ଡ ଗଢ଼ିବା ହେଉଛି କମ୍ପାନୀର ଲକ୍ଷ୍ୟ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ କଟକ ସମେତ ଓଡ଼ିଶାର ୨୦୦ରୁ ଅଧିକ ପ୍ରମୁଖ ବିୟୁଟି ପାର୍ଲର ଓ ରିଟେଲ୍ କାଉଣ୍ଟରରେ ଏହା ଉପଲବ୍ଧ ହେବ। ପରବର୍ତ୍ତୀ ସମୟରେ ପୂର୍ବ ଭାରତ ସହ ସାରା ଦେଶରେ ଏହାର ବଜାର ସମ୍ପ୍ରସାରଣ ଯୋଜନା ରହିଛି।
ଏହି ପ୍ରୟାସ ଦ୍ୱାରା ରାଜ୍ୟର ମହିଳା ଉଦ୍ୟୋଗୀ ଓ ବିୟୁଟି ପ୍ରଫେସନାଲମାନଙ୍କ ପାଇଁ ନୂତନ ନିଯୁକ୍ତି ଏବଂ ତାଲିମର ସୁଯୋଗ ସୃଷ୍ଟି ହେବ ବୋଲି କମ୍ପାନୀ ଆଶା ପ୍ରକାଶ କରିଛି।