ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବିଜ୍ଞାନ ମେଳା ଅନୁଷ୍ଠିତ

ଛାତ୍ରଛାତ୍ରୀଙ୍କ ଦ୍ବାରା ୪୪ଟି ପ୍ରକଳ୍ପ ପ୍ରଦର୍ଶିତ

ମୁନିଗୁଡା, ୨୭/୧୧ (ରାଜୀବ ଲୋଚନ ଦାସ): ରାୟଗଡା ଜିଲ୍ଲା ମୁନିଗୁଡାର ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ପ୍ରଧାନ ଗୁରୁଜୀ ମାତୃପ୍ରସାଦ ଦାସଙ୍କ ତତ୍ୱାବଧାନରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ଚିତ୍ତରଞ୍ଜନ ମିଶ୍ର,ସମାଜସେବୀ ରାମଚନ୍ଦ୍ର କାଡ୍ରାକା, ରାଇଜିଙ୍ଗ ସାଇନ୍ସ କଲେଜର ଅଧ୍ୟାପିକା ଲିପ୍ସା ଦାସ, ଶିକ୍ଷା କେନ୍ଦ୍ରର ପ୍ରତିଷ୍ଠାତା ସଦସ୍ୟ ରାଜୀବ ଲୋଚନ ଦାସ,ପ୍ରେସ କ୍ଳବ ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକ,ସାମ୍ବାଦିକ କ୍ଷମା ସାଗର ଦାସ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ। ଅତିଥି ମାନେ ଜୀବନରେ ବିଜ୍ଞାନର ମହତ୍ୱ ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କ ଉପକାରିତା ଓ ବିଜ୍ଞାନର ଜୟଯାତ୍ରାରେ ଭାରତୀୟ ବୈଜ୍ଞାନିକଙ୍କ ଭୂମିକା ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ସମସ୍ତେ ଭବିଷ୍ୟତ ଜଣେ ଜଣେ ଭଲ ବୈଜ୍ଞାନିକ ହେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ଫଳ,ଶସ୍ୟ ଜାତୀୟ ଡାଲି,ପନି ପରିବା, ବର୍ଯ୍ୟ ଵସ୍ତୁରୁ ନୂତନ ପ୍ରସ୍ତୁତି,ବାୟୁ ଓ ଜଳ ପ୍ରଦୃଷଣ, ଜଳବାୟୁ ପ୍ରଦୃଷଣ,ଆଲୋକ ଓ ଏହାର ପ୍ରୟୋଗ ଉପରେ ଆଧାରିତ ନମୁନା,ଉଦ୍ଭିଦର ବିଭିନ୍ନ ଅଙ୍ଗ,ଅଂଶ ଆଦି ସହ ସମୁଦାୟ ୪୪ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା l ବିଚାରକ ଭାବେ ରାଇଜିଙ୍ଗ ସାଇନ୍ସ କଲେଜର ଅଧ୍ୟାପିକା ଲିପ୍ସାରାଣୀ ଦାସ ଯୋଗଦେଇ ଯଶୋବନ୍ତ ସାହୁ,କପିଳେଶ୍ଵର ସାରକା, ଜଷ୍ମିନ୍ ପାତ୍ର, ସାଇନା ସେଠୀ,ପି.ସମ୍ବିତ ସାହୁ, ଶୁଭମ୍ ବେହେରା ଶୁଭସ୍ମିତା ସେଠୀ,କିର୍ତିକା ବାଗ, ଓମପ୍ରସାଦ ଦାସ,ପ୍ରିତମ ସରକାର ପ୍ରମୁଖଙ୍କ ପ୍ରକଳ୍ପ ଗୁଡିକୁ ଚୟନ କରିଥିଲେ। ଚୟନ ସମସ୍ତ ଛାତ୍ରୀଛାତ୍ରଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ ବିଜ୍ଞାନ ମେଳାକୁ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବରିଷ୍ଠ ଗୁରୁଜୀ ହରେନ୍ଦ୍ର ଜେନା ଗୁରୁମା ସଂଯୁକ୍ତାବାଳା ରଥ,ରାଜେଶ୍ୱରୀ ବେହେରା, ସନ୍ତୋଷୀ ଗୈ।ଡ଼,ସୁନୀତା ସାସମଲ, ସଂଯୁକ୍ତା ମହାରଣା,ଲିଲି ଆଚାରୀ,ଗୋଲାପୀ ପୁଜାରୀ,ରାନୁ ରାଣୀ ପ୍ରଧାନ,କୁନି ବେହେରା,ସୁନୀତା ରାଉତ, ବସୁମତୀ ବେହେରା,ରେଶ୍ମା ଦଣ୍ଡସେନା,ସସ୍ମିତା ଗୌଡ଼,ଉଷଶୀ ମିଶ୍ର, ଅନୁସୁୟା ଡାକୁଆ ସବିତା ମାଝୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।