ଦଶପଲ୍ଲା, ୨୭/୧୧: ବାଣିଗୋଛା ଥାନା ଅଧିକାରୀ ଶିବ ପ୍ରସାଦ ଭଦ୍ରଙ୍କ ନିର୍ଦ୍ଦେଶ ଏସ୍ଆଇ ବିରେନ୍ଦ୍ର କୁମାର ଦେହୁରୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ କାମିଟିପଙ୍ଗାସ୍ଥିତ ହନୁମାନ ମନ୍ଦିର ନିକଟରେ ଏକ ସ୍କୁଟିକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ସ୍କୁଟିରୁ ୧୦ କେଜି ଗଞ୍ଜେଇ ଜବତ ହୋଇଛି | ଘଟଣାରେ ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ଜଗନ୍ନାଥପୁର ପୋଷ୍ଟ ଅଧୀନ ପରିମଣ୍ଡିପୁର ଗ୍ରାମର ସୁରେଶ ସ୍ୱାଇଁ ଓରଫ ହାପି (୩୧) ଙ୍କୁ ଗିରଫ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ । ଏଥିନେଇ ବାଣିଗୋଛା ଥାନାରେ କେସ୍ ନମ୍ବର ୧୫୫/୨୦୨୬ ଓ ଏନ୍ଡିପିଏସ୍ ର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି |