ଓଡ଼ିଶାବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

ସରକାରଙ୍କ ଅବହେଳା ଯୋଗୁଁ ଦୂଷିତ ପାଣି ପିଇ ଲୋକେ ମୃତ୍ୟୁବରଣ କରୁଛନ୍ତି

ସମସ୍ୟା ସମାଧାନ କରିବା ପରିବର୍ତ୍ତେ ପଳାୟନପନ୍ଥୀ ସାଜିଛନ୍ତି ସରକାର

ଭୁବନେଶ୍ୱର, ୨୮/୧୧: ଡବଲ ଇଞ୍ଜିନ ସରକାରରେ ଓଡ଼ିଶାବାସୀ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି । ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇବାରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ସରକାରଙ୍କ ଅବହେଳା ପାଇଁ ଦୂଷିତ ପାନୀୟ ଜଳ ପିଇ ଜଳବାହିତ ରୋଗରେ ଲୋକେ ଗୁରୁତର ରୋଗାଗ୍ରସ୍ତ ହେବା ସହ ମୃତୁ୍ୟବରଣ କରୁଛନ୍ତି । ନିର୍ବାଚନ ସମୟରେ ଓଡ଼ିଶାବାସୀଙ୍କୁ ବିଜେପି ଦେଇଥିବା ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି ବୋଲି ବିଜେଡି କହିଛି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ପୂର୍ବତନ ବିଧାୟକ ତଥା ସାଧାରଣ ସମ୍ପାଦକ ଶ୍ରୀ ରମାରଞ୍ଜନ ବଳିୟାରସିଂହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।

ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ, ଓଡ଼ିଶାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଏବଂ ଜଳବାହିତ ରୋଗ ଯୋଗୁଁ ହେଉଥିବା ମୃତୁ୍ୟକୁ ରୋକିବାରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଦୂଷିତ ପାନୀୟ ଜଳ ପିଇବା ଦ୍ୱାରା ଯେଉଁ ଅମୂଲ୍ୟ ଜୀବନହାନି ଘଟୁଛି, ତାହା ସରକାରଙ୍କ ବିଫଳତାକୁ ପଦାରେ ପକାଇଛି । ୨୦୨୫ ମସିହାରେ ଜଳବାହିତ ରୋଗ ଯୋଗୁଁ ପ୍ରାୟ ୭୦ ଜଣଙ୍କ ଜୀବନ ଯାଇଥିବା ବେଳେ ହଜାର ହଜାର ଲୋକ ଦୂଷିତ ପାନୀୟ ଜଳ ପିଇବା ଫଳରେ ଜଣ୍ଡିସ୍, ହଇଜା ଭଳି ମାରାତ୍ମକ ରୋଗର ଶିକାର ହୋଇଥିଲେ । ପୁରୀ ଜିଲ୍ଲାର କଣାସ ଅଞ୍ଚଳରେ ଘଟିଥିବା ମୃତୁ୍ୟ ଘଟଣା ଏହି ସମସ୍ୟାର ଭୟାବହତାକୁ ଆହୁରି ସ୍ପଷ୍ଟ କରିବା ସହ ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଓଡ଼ିଶା ମାନବାଧିକାର କମିଶନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବାକୁ ସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏହାସହିତ ଅଧାପନ୍ତରିଆ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ସହ ଆଗାମୀ ଦିନରେ ଏଭଳି ଜୀବନହାନି ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦେଇଛନ୍ତି । ଆଉ ବିଳମ୍ୱ ନକରି ରାଜ୍ୟ ସରକାର ତୁରନ୍ତ ଏହି ନିଦେ୍ର୍ଦଶଗୁଡ଼ିକୁ କାର୍ଯ୍ୟକାରୀ କରନ୍ତୁ । ବିଜେଡି ସରକାର ସମୟରେ ସମଗ୍ର ଓଡ଼ିଶାରେ ପ୍ରାୟ ୨୭୦ଟି ପାନୀୟ ଜଳ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ତେବେ ସେଥିମଧ୍ୟରୁ ଅନେକ ପ୍ରକଳ୍ପ ଅସମ୍ପୂର୍ଣ୍ଣ ଅବା କାର୍ଯ୍ୟକ୍ଷମ ହୋଇନଥିବାରୁ ଲୋକମାନେ ଏହି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ପାନୀୟ ଜଳ ଭିତ୍ତିଭୂମି ବିକାଶ ପାଇଁ ବିପୁଳ ସରକାରୀ ଅର୍ଥ ବ୍ୟୟ ହେବା ସତ୍ତ୍ୱେ ଲୋକମାନେ ଦୂଷିତ ପାଣି ପିଇ ମୃତୁ୍ୟବରଣ କରିବା ସରକାରଙ୍କ ଅପାରଗପଣିଆକୁ ପଦାରେ ପକାଇଛି । ଡବଲ ଇଞ୍ଜିନ ସରକାର ତୁରନ୍ତ ରାଜ୍ୟବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଅନ୍ତୁ ।

ଶ୍ରୀ ରମାରଞ୍ଜନ ବଳିୟାରସିଂହ କହିଥିଲେ ଯେ, ରାଜ୍ୟରେ ଦୂଷିତ ପାନୀୟ ଜଳ ପିଇ ଲୋକେ ମୃତୁ୍ୟବରଣ କରୁଛନ୍ତି । ସରକାର ସମସ୍ୟା ସମାଧାନ କରିବା ପରିବର୍ତ୍ତେ ପଳାୟନପନ୍ଥୀ ସାଜିଛନ୍ତି । ମେଗା ପାନୀୟ ଜଳ ପ୍ରକଳ୍ପରେ କୋଟି କୋଟି ଟଙ୍କା ବ୍ୟୟ କରିବାର କୌଣସି ଅର୍ଥ ନାହିଁ, ଯଦି ଲୋକଙ୍କ ଘରେ ଦୂଷିତ ପାଣି ପହଞ୍ଚିବ ଏବଂ ସେମାନେ ଜୀବନଘାତୀ ରୋଗର ଶିକାର ହେବେ । ବିଶୁଦ୍ଧ ପାନୀୟ ଜଳ, ପରିମଳ ବ୍ୟବସ୍ଥା ଏବଂ ଜନସ୍ୱାସ୍ଥ୍ୟର ସୁରକ୍ଷା କରିବା ରାଜ୍ୟ ସରକାରଙ୍କ ମୌଳିକ ଦାୟିତ୍ୱ । ଏହି ପ୍ରସଙ୍ଗରେ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ରାଜ୍ୟ ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି । ରାଜ୍ୟ ସରକାର ତୁରନ୍ତ ଓଡ଼ିଶା ମାନବାଧିକାର କମିଶନଙ୍କ ସମସ୍ତ ନିଦେ୍ର୍ଦଶ କାର୍ଯ୍ୟକାରୀ କରନ୍ତୁ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରନ୍ତୁ । ସମସ୍ତ ଅସମ୍ପୂର୍ଣ୍ଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ମେଗା ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ କରନ୍ତୁ । ବର୍ଜ୍ୟଜଳ ବିଶୋଧନ କେନ୍ଦ୍ର ଗୁଡ଼ିକୁ ସଠିକ୍ ଭାବେ କାର୍ଯ୍ୟକ୍ଷମ କରନ୍ତୁ । ପ୍ରତ୍ୟେକ ନାଗରିକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ସରକାରଙ୍କ ସର୍ବପ୍ରଥମ ଦାୟିତ୍ୱ । ଲୋକେ ଦୂଷିତ ଜଳ ପିଇ ମୃତୁ୍ୟବରଣ କରୁଥିବା ବେଳେ ବିଜେପି ସରକାର ଆଳ ଦେଖାଇ ନିଜ ଦାୟିତ୍ୱରୁ ଖସିଯାଇ ପାରିବ ନାହିଁ । ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କୁ ବିଶୁଦ୍ଧ ପାନୀୟ ଜଳ ନମିଳିବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ବୃହତ୍ତର ସ୍ୱାର୍ଥ ପାଇଁ ବିଜେଡି ଲଢ଼େଇ ଜାରି ରଖିବ ।