ଜୀବିକା ସୁରକ୍ଷା ଓ ଯାତ୍ରୀଙ୍କ ସ୍ବାର୍ଥ ଦୃଷ୍ଟିରୁ ବାଇକ୍ ଟ୍ୟାକ୍ସି ସେବା ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ପାଇଁ ରାଜ୍ୟ ସରକାରଙ୍କୁ ଅଲ୍ ଓଡ଼ିଶା ବାଇକ୍ ଟ୍ୟାକ୍ସି ୱେଲଫେୟାର ଆସୋସିଏସନର ନିବେଦନ
ବାଇକ୍ ଟ୍ୟାକ୍ସିର ଦୈନନ୍ଦିନ ଯାତାୟାତ ଓ ଜୀବିକା କ୍ଷେତ୍ରରେ ଗୁରୁତ୍ବ ଉପରେ ଗୁରୁତ୍ବାରୋପ, ସନ୍ତୁଳିତ ନିୟାମକ ବ୍ୟବସ୍ଥା ଗ୍ରହଣ ପାଇଁ ଆହ୍ବାନ
ଭୁବନେଶ୍ବର, ୨୯/୧୧: ଘରୋଇ ବାଇକ୍ ଟ୍ୟାକ୍ସି ସେବାକୁ ୧୫ ଦିନ ମଧ୍ୟରେ ବନ୍ଦ କରିବା ପାଇଁ ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ପକ୍ଷରୁ ଜାରି ନିର୍ଦ୍ଦେଶର ପୁନର୍ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛି ଅଲ୍ ଓଡ଼ିଶା ବାଇକ୍ ଟ୍ୟାକ୍ସି ୱେଲଫେୟାର ଆସୋସିଏସନ। ଏହି ନିଷ୍ପତ୍ତି ଯୋଗୁଁ ନିଜର ଜୀବିକା ପାଇଁ ବାଇକ୍ ଟ୍ୟାକ୍ସି ସେବା ଉପରେ ନିର୍ଭରଶୀଳ ହଜାର ହଜାର ଚାଳକ ପ୍ରଭାବିତ ହେବା ସହ ଦୈନନ୍ଦିନ ଯାତାୟାତ ପାଇଁ ସୁଲଭ ଓ ସୁବିଧାଜନକ ବାଇକ୍ ଟ୍ୟାକ୍ସି ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ମଧ୍ୟ ଅସୁବିଧାରେ ପଡ଼ିବା ନେଇ ସଂଘ ଉଦ୍ବେଗ ପ୍ରକାଶ କରିଛି।
ଓଡ଼ିଶାର ଅନେକ ଲୋକଙ୍କ ପାଇଁ ବାଇକ୍ ଟ୍ୟାକ୍ସି କେବଳ ଏକ ଯାତାୟାତର ମାଧ୍ୟମ ନୁହେଁ, ବରଂ ଏହା ଦୈନନ୍ଦିନ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ସେବାରେ ପରିଣତ ହୋଇଛି। କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ଜରୁରୀ ସ୍ଥାନରେ ପହଞ୍ଚିବା ପାଇଁ ଯାତ୍ରୀମାନେ ଏହି ସେବା ଉପରେ ନିର୍ଭର କରୁଛନ୍ତି। ବିଶେଷକରି ସ୍ଵଳ୍ପ ଦୂରତା ଯାତ୍ରା ଏବଂ ଶେଷ ମାଇଲ୍ ସଂଯୋଗ (ଲାଷ୍ଟ ମାଇଲ୍ କନେକ୍ଟିଭିଟି) କ୍ଷେତ୍ରରେ ଏହା ବେଶ୍ ଉପଯୋଗୀ ହୋଇପାରିଛି। ଏଥିସହ ହଜାର ହଜାର ଲୋକଙ୍କ ପାଇଁ ଏହା ଆୟର ଏକ ଗୁରୁତ୍ବପୂର୍ଣ୍ଣ ଉତ୍ସ ଭାବେ କାର୍ଯ୍ୟ କରୁଛି। ଅନେକ ଚାଳକ ଏହି ସେବା ମାଧ୍ୟମରେ ନିଜ ପରିବାରର ଭରଣପୋଷଣ କରୁଥିବା ବେଳେ ଆଉ କେତେକ ନିଜର ଅନ୍ୟ ଆୟ ସହିତ ଅତିରିକ୍ତ ରୋଜଗାର କରୁଛନ୍ତି।
ଏଭଳି ସ୍ଥିତିରେ ହଠାତ୍ ଏହି ସେବା ବନ୍ଦ ହୋଇଗଲେ ସମ୍ପୃକ୍ତ ଲୋକଙ୍କ ଜୀବିକା ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯିବା ସହ ଯାତ୍ରୀମାନେ ଏକ ସୁବିଧାଜନକ । ଯାତାୟାତ ବିକଳ୍ପରୁ ବଞ୍ଚିତ ହେବ।
ଏହି ଘଟଣା ଏଭଳି ଏକ ସମୟରେ ଘଟିଛି, ଯେତେବେଳେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ବିଭିନ୍ନ ରାଜ୍ୟ ସରକାରଙ୍କୁ ଘରୋଇ ମାଲିକାନାରେ ଥିବା ଦୁଇଚକିଆ ଯାନଗୁଡ଼ିକୁ ମୋଟର ଭେଇକିଲ୍ ଏଗ୍ରିଗେଟର ଗାଇଡ୍ଲାଇନ୍ସ, ୨୦୨ ୨୦୨୫ ଅନୁଯାୟୀ ବାଇକ୍ ଟ୍ୟାକ୍ସି ଭାବେ ଚଳାଚଳ ପାଇଁ ଅନୁମତି ଦେବାକୁ ବାରମ୍ବାର ଆହ୍ବାନ କରିଆସୁଛନ୍ତି। ଏହାଦ୍ଵାରା ନୂତନ ଜୀବିକା ସୃଷ୍ଟି ହେବା ସହ ଲୋକଙ୍କୁ ସୁଲଭ ଯାତାୟାତ ସୁବିଧା ମିଳିପାରିବ ବୋଲି ସେ ଗୁରୁତ୍ବରେ ରୁତ୍ବାରୋପ କରିଛନ୍ତି। ନିକଟରେ ୧୮ ନଭେମ୍ବର ୨୦୨୬ରେ କେନ୍ଦ୍ରମନ୍ତ୍ରୀ ବିଭିନ୍ନ ରାଜ୍ୟର ପରିବହନ କମିଶନରମାନଙ୍କୁ ନିଜ ନିଜ ରାଜ୍ୟରେ ଏଭଳି ସେବାକୁ ସୁଗମ କରିବା ପାଇଁ ଆହ୍ବାନ ଦେଇଥିଲେ।
ଏହାବ୍ୟତୀତ, ୨୦ ନଭେମ୍ବର ୨୦୨୬ରେ ମାନ୍ୟବର ସୁପ୍ରିମକୋର୍ଟ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ଏକ ଆବେଦନକୁ ଖାରଜ କରିଥିଲୋ ଏହି ଆବେଦନରେ ବାଇକ୍ ଟ୍ୟାକ୍ସି ଉପରେ ଲାଗିଥିବା କଟକଣାକୁ ହଟାଇବା ସମ୍ପର୍କିତ କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ରାଜ୍ୟ ସରକାର ଚ୍ୟାଲେଞ୍ଜ କରିଥିଲ। ସୁପ୍ରିମକୋର୍ଟଙ୍କ ଏହି ପଦକ୍ଷେପ ନିଷେଧାଜ୍ଞା ବଦଳରେ ନିୟନ୍ତ୍ରଣ ଓ ନିୟମାବଳୀ ଆଧାରରେ ସେବା ପରିଚାଳନାର ଆବଶ୍ୟକତ ଶ୍ୟକତାକୁ ଗୁରୁତ୍ବ ଦେଇଛି। ଏହି ସମସ୍ତ ଘଟଣା ବାଇକ୍ ଟ୍ୟାକ୍ସି ସେବା ପାଇଁ ଏକ ସକାରାତ୍ମକ ଓ ସହାୟକ ନିୟାମକ ବ୍ୟବସ୍ଥାର ଆବଶ୍ୟକତାକୁ ସ୍ପଷ୍ଟ କରୁଛି।
ଏ ସମ୍ପର୍କରେ ଅଲ୍ ଓଡ଼ିଶା ବାଇକ୍ ଟ୍ୟାକ୍ସି ୱେଲଫେୟାର ଆସୋସିଏସନର ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ମହାପାତ୍ର କହିଛନ୍ତି, “ପ୍ରତ୍ୟେକ ବାଇକ୍ ଟ୍ୟାକ୍ସି ପଛରେ ଜଣେ ବ୍ୟକ୍ତି ରହିଛନ୍ତି, ଯିଏ ନିଜ ପରିବାରର ଭରଣପୋଷଣ ପାଇଁ କଠିନ ପରିଶ୍ରମ କରୁଛନ୍ତି ସେହିପରି ଏହା ପଛରେ ଜଣେ ଯାତ୍ରୀ ମଧ୍ୟ ଅଛନ୍ତି, ଯିଏ ଯାତାୟାତ ପାଇଁ ଏକ ସୁଲଭ ଓ ସୁବିଧାଜନକ ମାଧ୍ୟମ ଉପରେ ନିର୍ଭର କରୁଛନ୍ତି। ଓଡ଼ିଶାର ହଜାର ହଜାର ଚାଳକଙ୍କ ପାଇଁ ଏହି ସେବା ଆୟର ଏକ ଗୁରୁତ୍ବପୂର୍ଣ୍ଣ ଉତ୍ସ ପାଲଟିଥିବା ବେଳେ ଅନେକ ଯାତ୍ରୀଙ୍କ ଦୈନନ୍ଦିନ ଯାତାୟାତକୁ ଏହା ସହଜ କରିଛି। ଆମେ ବୁଝିପାରୁଛୁ ଯେ ଏହି ସେବା ସହ ଜଡ଼ିତ ନିୟାମକ ଚିନ୍ତା ଓ ସମସ୍ୟାଗୁଡ଼ିକର ସମାଧାନ ହେବା ଆବଶ୍ୟକ। କିନ୍ତୁ ହଠାତ୍ ସେବା ବନ୍ଦ କରିବା ପରିବର୍ତ୍ତେ ଅର୍ଥପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରାଯାଇପାରିବ ବୋଲି ଆମର ବିଶ୍ବାସ। ରାଜ୍ୟରେ ଏକ ସୁବ୍ୟବସ୍ଥିତ ବାଇକ୍ ଟ୍ୟାକ୍ସି ବ୍ୟବସ୍ଥାର ବିକାଶ ସହିତ ବାଇକ୍ ଟ୍ୟାକ୍ସି ଚାଳକ ଓ ଯାତ୍ରୀଙ୍କ ସ୍ୱାର୍ଥର ସୁରକ୍ଷା କରିବାକୁ ଆମେ ଓଡ଼ିଶା ସରକାରଙ୍କୁ ଆନ୍ତରିକ ନିବେଦନ କରୁଛୁ।”
ସଂଘ ପକ୍ଷରୁ କୁହାଯାଇଛି ଯେ, ଏକ ସ୍ପଷ୍ଟ ନିୟାମକ ବ୍ୟବସ୍ଥା ଓଡ଼ିଶାରେ ବାଇକ୍ ଟ୍ୟାକ୍ସି ସେବା ପରିଚାଳନା ପାଇଁ ଆବଶ୍ୟକ ସର୍ଭାବଳୀ ଏବଂ ଚାଳକ ଓ ଏଗ୍ରିଗେଟରମାନଙ୍କ ଦାୟିତ୍ଵ ସମ୍ପର୍କରେ ସ୍ପଷ୍ଟତା ଆଣିପାରିବ। ସେବାକୁ ହଠାତ୍ ବନ୍ଦ କରିବା ପରିବର୍ତ୍ତେ ନିୟମାନୁଯାୟୀ ଏହାକୁ ପରିଚାଳନା କରିବା ପାଇଁ ଏକ ସୁବ୍ୟବସ୍ଥିତ ମାର୍ଗ ପ୍ରସ୍ତତୁ କରିବା ଉପରେ ଗୁରୁତ୍ବ ଦେଇଛି ସଂଘ।
ଏହି ପରିପ୍ରେକ୍ଷୀରେ ସଂଘ ଓଡ଼ିଶା ପରିବହନ ବିଭାଗକୁ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରିବା ସହ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ମୋଟର ଭେଇକିଲ୍ ଏଗ୍ରିଗେଟର ଗାଇଡ୍ଲାଇନ୍ସ, ୨୦୨୫କୁ ଗ୍ରହଣ କରିବାକୁ ଅନୁରୋଧ କରିଛି। ଓଡ଼ିଶାରେ ବାଇକ୍ ଟ୍ୟାକ୍ସି ସେବା ପାଇଁ ଏକ ଉପଯୁକ୍ତ ନିୟାମକ ବ୍ୟବସ୍ଥା ବିକଶିତ କରିବା ଦିଗରେ ରାଜ୍ୟ ସରକାରଙ୍କ ସହ ମିଶି କାମ କରିବାକୁ ସଂଘ ପ୍ରସ୍ତୁତ ଥିବା ପୁନର୍ବାର ସ୍ପଷ୍ଟ କରିଛି।